31.1 C
Bhubaneswar
Monday, March 23, 2026
Homeଓଡିଶାଆଦାନୀଙ୍କ ପାଇଁ ଗତକାଲି ରଥ ଟଣା ବନ୍ଦ ହେବା ପ୍ରସଙ୍ଗକୁ ନେଇ ଛାତ୍ର କଂଗ୍ରେସର ଆନ୍ଦୋଳନ

ଆଦାନୀଙ୍କ ପାଇଁ ଗତକାଲି ରଥ ଟଣା ବନ୍ଦ ହେବା ପ୍ରସଙ୍ଗକୁ ନେଇ ଛାତ୍ର କଂଗ୍ରେସର ଆନ୍ଦୋଳନ

ଭୁବନେଶ୍ବର: ଗତକାଲି ଜଗନ୍ନାଥ ଧାମ ପୁରୀ ଠାରେ ବିଶ୍ବ ପ୍ରସିଦ୍ଧ ପବିତ୍ର ରଥଯାତ୍ରାରେ ପ୍ରଶାସନ ତରଫରୁ ଅବ୍ୟବସ୍ଥା ଏବଂ ଶିଳ୍ପପତି ଗୌତମ ଆଦାନୀଙ୍କ ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ରଥ ନନ୍ଦିଘୋଷ ରଥକୁ ଜାଣିଶୁଣି ପ୍ରଶାସନ ଦ୍ବାରା ଅଟକି ରଖାଯିବା ଘଟଣା ଅତ୍ୟନ୍ତ ଦୁଃଖ ଓ ନିନ୍ଦନୀୟ ଘଟଣା। ଇତିହାସରେ ପ୍ରଥମ ଥର ପାଇଁ ଏଭଳି ଘଟଣା ଘଟିଛି । ୫୩ ବର୍ଷ ପରେ ସଂଯୋଗ ଜୁଟିଥିଲା । ଯୋଉ ଦିନ ନବ ଯୌବନ ଦର୍ଶନ, ନେତ୍ର ଉତ୍ସବ, ଶ୍ରୀ ଗୁଣ୍ଡିଚା ଯାତ୍ରା ଏକା ସମୟରେ ପଢ଼ିଥିଲା । ପ୍ରଶାସନ ପକ୍ଷରୁ ସବୁ ସ୍ଵାଭାବିକ ହେବ ବୋଲି କୁହାଯାଇଥିଲା। ତେଣୁ ସମସ୍ତେ ଆଶ୍ଵସ୍ତ ଥିଲେ । ହେଲେ ଗତକାଲି ବିଜେପି ସରକାର ଇଞ୍ଜିତରେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଯେପରି ନନ୍ଦିଘୋଷ ରଥକୁ ଅଟକାଇ ରଖୁଲେ ତାହା ସମସ୍ତ ଜଗନ୍ନାଥ ପ୍ରେମୀ ତଥା ବିଶ୍ୱବାସୀଙ୍କୁ ମର୍ମାହିତ କରିଛି। ବିଜେପି ସରକାର ନେତା, ମନ୍ତ୍ରୀ, ବିଧାୟକ ଓ ସାଂସଦ ମାନେ ଯେପରି ପାଦରେ ଚପଲ ପିନ୍ଧି ରଥ ଦଉଡି ଟାଣିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ ଓ ଓଡ଼ିଆ ଅସ୍ମିତାକୁ ପଦାରେ ପକାଇଛି।

ଗତକାଲି ଯେଉଁ ପୁଲିସ ଅଧିକାରୀମାନେ ସୁରକ୍ଷା ଦାୟିତ୍ୱରେ ଥିଲେ ସେମାନେ ବିଜେପିର ଯୁବମୋର୍ଚ୍ଚା ଓ ଏବିଭିପିର କାର୍ଯ୍ୟକର୍ତ୍ତାମାନଙ୍କ ନିର୍ଦ୍ଦେଶରେ କାମ କରୁଥିଲେ । ଏ ସବୁ ଘଟଣାକୁ ନେଇ ଆଜି ରାଜ୍ୟ ଛାତ୍ର କଂଗ୍ରେସ ତରଫରୁ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ଉଦିତ ନାରାୟଣ ପ୍ରଧାନଙ୍କ ନେତୃତ୍ୱରେ ଗୌତମ ଆଦାନୀଙ୍କ କୁଶ ପୁତ୍ତଳିକା ଦାହ କରାଯିବା ସହିତ ମୁଖ୍ୟମନ୍ତ୍ରୀ ମୋହ‌ନ ମାଝୀ ତୁରନ୍ତ ମହାପ୍ରଭୁ ଜଗନ୍ନାଥ ତଥା ଜଗନ୍ନାଥ ପ୍ରେମୀଙ୍କ ପାଖରେ କ୍ଷମା ପ୍ରାର୍ଥନା କରିବା ସହିତ ଏପରି ସମ୍ବେଦନଶୀଳ ଘଟଣାରେ ତୁରନ୍ତ ତଦନ୍ତ କରାଯାଇ ଦୋଷିକୁ ଦଣ୍ଡଦିଆଯାଉ ବୋଲି ଛାତ୍ର କଂଗ୍ରେସ ସଭାପତି ଶ୍ରୀ ପ୍ରଧାନ ଦାବି କରିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ଆଶିଷ କୁମାର ମାହୁନ୍ତ, ସୁନିଲ ସାହୁ, ତାପସ ଦେ, ସରୋଜ ବାରିକ, ସୌମ୍ୟରଞ୍ଜନ ବରାଳ, ସାଗର ପଟ୍ଟନାୟକ ଓ ସ୍ପନ୍ଦନ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking