28.1 C
Bhubaneswar
Monday, July 1, 2024
Homeଓଡିଶାଦ୍ୱିତୀୟ ଥର ପାଇଁ ରଘୁନନ୍ଦନଙ୍କ ଘରେ ପୁଲିସ

ଦ୍ୱିତୀୟ ଥର ପାଇଁ ରଘୁନନ୍ଦନଙ୍କ ଘରେ ପୁଲିସ

ଭୁବନେଶ୍ୱର : ଜଣେ ମହିଳା ସାମ୍ବାଦିକଙ୍କ ଉପରକୁ କୁକୁର ଛାଡ଼ିବା ପ୍ରସଙ୍ଗରେ ଶନିବାର ପୁଲିସ ଏବେ ଆକ୍ସନ ମୋଡ଼ରେ । ଆଜି ପୁଲିସ ବିଜେଡି ନେତା ରଘୁନନ୍ଦନ ଦାସଙ୍କ କ୍ୱାର୍ଟର୍ସରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ପୂର୍ବରୁ ଘଟଣାର ସିସିଟିଭି ଫୁଟେଜ ଯାଞ୍ଚ ସହ କ୍ୟାପିଟାଲ ଥାନା ପୁଲିସ ତଦନ୍ତ ଆରମ୍ଭ କରିଥିଲା । ସୂଚନା ଯୋଗ୍ୟ ଯେ, ଜଣେ ମହିଳା ସାମ୍ବାଦିକା ବିଜେଡି ନେତା ରଘୁନନ୍ଦନ ଦାସଙ୍କ ସରକାରୀ ବାସଭବନକୁ ଯାଇଥିଲେ ଓ କିଛି ଫୁଟେଜ ନେବା ପାଇଁ ଚେଷ୍ଟା କରିଥିଲେ । ଏହି ସମୟରେ ଶ୍ରୀ ଦାସ ସମ୍ପୃକ୍ତ ସାମ୍ବାଦିକାଙ୍କ ଉପରକୁ କୁକୁର ଛାଡ଼ିଦେଇଥିବା ଅଭିଯୋଗ ହୋଇଥିଲା । ସମ୍ପୃକ୍ତ ସାମ୍ବାଦିକ ଜଣକ ଖବର ସଂଗ୍ରହ କରିବାକୁ ଯାଇଥିବାବେଳେ ଶ୍ରୀ ଦାସ ଏଭଳି କାଣ୍ଡ କରିଥିଲେ। ଏହି ଘଟଣାକୁ ନେଇ ସମ୍ପୃକ୍ତ ସାମ୍ବାଦିକା ଜଣକ କ୍ୟାପିଟାଲ ଥାନାରେ ଏତଲା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking