25.1 C
Bhubaneswar
Monday, February 23, 2026
Homeଓଡିଶାଭୋକିଲା ପରିବାରକୁ ମିଳୁନି ଖାଦ୍ୟ ସୁରକ୍ଷା; ବାଟ ହୁଡ଼ିଛି ଆଦିମ ଜନଜାତି କଲ୍ୟାଣ ଯୋଜନା

ଭୋକିଲା ପରିବାରକୁ ମିଳୁନି ଖାଦ୍ୟ ସୁରକ୍ଷା; ବାଟ ହୁଡ଼ିଛି ଆଦିମ ଜନଜାତି କଲ୍ୟାଣ ଯୋଜନା

ଯାଜପୁର : ସରକାର ପରେ ସରକାର ଆସୁଛି ଯାଇଚି ବିଭନ୍ନ ସରକାର ସମୟରେ ଆଦିମ ଜନଜାତି ପାଇଁ ବିଭନ୍ନ ଯୋଜନା କାରା ଯାଉଛି l ବିଜେଡ଼ି ସରକାର ସମୟ ର ଯୋଜନା ମାଳ ମାଳ ହେଳା କିନ୍ତ୍ ଜନ ଜାତି ଙ୍କ ଭାଗ୍ୟ ଉଦୟ ହେଲା ନାହିଁ l ଯୋଜନା କାଗଜ କଲମ ନେତା ଙ୍କ ଭାଷଣ ବାଜି ଓ ଗଣ ମାଧ୍ୟମ ପ୍ରଚାର ରେ ସିମୀତ ରହି ଗଲା l ଭୂମି ହୀନ ଗୁଣ୍ଟେ ଜମି ମିଳିଲା ନାହିଁ l ଓ ଆବାସ ଯୋଜନା ରେ ଘର ଖଣ୍ଡେ ମିଳିଲା ନାହିଁ l ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନା ରେ 100 ଦିନ କାମ ମିଳିଲା ନାହିଁ l ଜବ କାର୍ଡ ମଧ୍ୟ୍ୟ ଦରିଦ୍ର ସୀମା ରେଖା ତଳେ ଥିବା ଲୋକ ମାନଙ୍କୁ ମିଳି ନାହିଁ l ଏହିମହତ ଜନ କଲ୍ୟାଣ ଯୋଜନା ରେ ମିଥ୍ୟା ବିଲ ରେ କୋଟି କୋଟି ଟଙ୍କା ଶାସକ ଦଳର କୁଜି ନେତା ବଡ ପଣ୍ଡା ମାନେ ଧଳା ହାତୀ ଙ୍କ ସଲା ସୁତୁରା ମାରି ନେଲେ ଲକ୍ଷ ଲକ୍ଷ ଟଙ୍କା l ଦୁର୍ନିତୀ ର ବହୁ ଅଭିଯୋଗ ହୋଇ ଥିଲା ତଦନ୍ତ ହେଲା ନାହିଁ l ଏବେ ଲୋକ ମାନେ ସରକାର ପରିବର୍ତନ କରି ଡବଲ ଇଞ୍ଜିନ ସରକାର ଙ୍କୁ ଶାସନ ଗlଦି ଦେଇ ଛନ୍ତି l

କିନ୍ତୁ ବେବସ୍ତା ର ପରିବର୍ତନ ସୁଧୁରିବା ରେ ସମ୍ଭାବନା ମନେ ହେଉ ନାହିଁ l ସ୍ଵର୍ଣ୍ଣ ପ୍ରସବନି ସୁକିନ୍ଦା ଅଳରେ ର ଖଣି କାରଖାନା ଜଙ୍ଗଲ ଥାଇ ମଧ୍ୟ ଲୋକ ମାନେ କାର୍ଯ୍ୟ ନ ପାଇ ଦୟନୀୟ ଅବସ୍ଥାରେ ଭାଗ୍ୟ କୂ ଆଦରି ଦୁଇ ଓଳି ଖାଇବାକୁ ନ ପାଇ ଅପପୃଷ୍ଟି ପୋଷଣରେ ନାନା ରୋଗ ରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରୁ ଛନ୍ତି ସେମାନଙ୍କ ପାଇଁ ଭାଗ୍ୟ ବିଡମ୍ବନା ଛଡ଼ା ଆଉ କଣ ହୋଇ ନ ପାରେ l ଆଦିମ ଜନଜାତିଙ୍କ କଲ୍ୟାଣ ପାଇଁ ଜିଲ୍ଲାରେ ବିରହୋର ଜୁଆଙ୍ଗ ଉନ୍ନୟନ ସଂସ୍ଥା ଜରିଆରେ ମାଳମାଳ ଯୋଜନା ‌ସତ୍ତ୍ବେ କିଛି ଉପେକ୍ଷିତ ପରିବାର ସରକାରୀ ଅବହେଳାର ଶିକାର ହୋଇଆସିଛନ୍ତି। ସୁକିନ୍ଦା ବ୍ଲକ କଅଁସ ପଞ୍ଚାୟତ ଟିକରପଡ଼ା ଗାଁର ଜୁଆଙ୍ଗ ଦମ୍ପତି ଅଲମାଇ ଓ ମଧୁ ଜୁଆଙ୍ଗଙ୍କ ୮ ଜଣିଆ ପରିବାର ସାମାଜିକ ଦୁସ୍ଥିତି ଏବେ କହିଲେ ନସରେ। ଏହି ଦମ୍ପତିଙ୍କ ପାଇଁ କର୍ମନିଯୁକ୍ତି କିମ୍ବା ରୋଜଗାର ସୁଯୋଗ ନଥିବାରୁ ୨ ବଡ଼ ଭାଇଭଉଣୀ ବାଣିଆ ଓ ଗୀତାଞ୍ଜଳି ଏବେ ଘର ଛାଡ଼ି ଶିଶୁ ଶ୍ରମିକ ସାଜିଛନ୍ତି। ସେମାନଙ୍କ ସ୍ବଳ୍ପ ଉପାର୍ଜନରେ ପରିବାର ଭୋକ ମେଣ୍ଟୁଥିବା ନେଇ ନିଃସଂକୋଚରେ କହନ୍ତି ମଧୁ।

ମେଧାବୀ ବାଣିଆ ପିଲାଦିନେ ବ୍ରାହ୍ମଣୀପାଳ ସେଣ୍ଟ୍‌ ଜାଭିଅର୍ସ ପବ୍ଲିକ ସ୍କୁଲରେ ପଢ଼ୁଥିଲେ। ସେତେବେଳେ ଭବିଷ୍ୟତକୁ ନେଇ ସେ ଓ ତାଙ୍କ ବାପାମାଆ କେତେକ’ଣ ସ୍ବପ୍ନ ଦେଖିଥିଲେ। ହେଲେ ବାଣିଆ(୧୫) ଏବେ ପାଠ ଛାଡ଼ି ରାଜ୍ୟ ବାହାରେ ଦାଦନ ଶ୍ରମିକ। ସାନଭଉଣୀ ଗୀତାଞ୍ଜଳି ଭୁବନେଶ୍ବରରେ ଶିଶୁ ଶ୍ରମିକ ଭାବେ ଜଣେ ବ୍ୟକ୍ତିଙ୍କ ଘରେ ଚାକରାଣୀ। ପରିବାରର ଅଭାବ ଓ ଅନଟନ ପାଇଁ ଉଭୟଙ୍କ ପ୍ରାଥମିକ ଶିକ୍ଷା ବାଧାପ୍ରାପ୍ତ ହୋଇଛି। ପାଠ ବଦଳରେ ଭୋକିଲା ପରିବାରର ପେଟ ଚିନ୍ତାକୁ ପ୍ରାଧାନ୍ୟ ଦେଇଛନ୍ତି ଏହି ଭାଇଭଉଣୀ। ସେମାନଙ୍କ ପାଖେ ସମଗ୍ର ଶିକ୍ଷା ଯୋଜନା, ଶିକ୍ଷା ଅଧିକାରୀ ଆଇନ ଏବଂ ଶିଶୁ ସୁରକ୍ଷା ଅଧିକାର ଦିଗଭ୍ରଷ୍ଟ ହୋଇଛି। ଗୁରୁବାରୀ ଗାଁ ସ୍କୁଲରେ ପଞ୍ଚମ ଶ୍ରେଣୀରେ ପଢ଼ନ୍ତି। ଗୌରାଙ୍ଗ(୮) ଓ କୈଳାସ(୬) ଏଯାବତ୍ ପାଠରୁ ଦୂରେଇ ରହିଥିବା ଜଣାପଡ଼ିଛି। ଏହି ଶିଶୁମାନଙ୍କ ପାଖେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅପହଞ୍ଚ ରହିଛି। ଆଶ୍ଚର୍ଯ୍ୟଜନକ ଭାବେ ଏହି ୭ ଜଣିଆ ଗରିବ ପରିବାର ପାଖେ ଖାଦ୍ୟ ସୁରକ୍ଷା ଯୋଜନା ବାଟ ହୁଡ଼ିଛି। ୨ ବର୍ଷ ଧରି ତାଙ୍କ ପରିବାରକୁ ରାସନ ସାମଗ୍ରୀ ମିଳୁନି।

ସମସ୍ତଙ୍କ ନାଁ କଟି ଯାଇଥିବା କହି ଡିଲର ତାଙ୍କୁ ଫେରାଇ ଦେଉଥିବା ନେଇ ମଧୁ ଅଭିଯୋଗ କରନ୍ତି। ଭୂମିହୀନ ଥିବା ଏହି ଜନଜାତି ପରିବାର ଏକ ବଖୁରିଆ କୁଡ଼ିଆରେ ମାଡ଼ିଜାକି ରହୁଥିଲେ ମଧ୍ୟ ସେମାନେ ଜଙ୍ଗଲ ଜମି ଅଧିକାର ଆଇନ(୨୦୦୬) ଆଧାରରେ ସ୍ଥାୟୀ ଜମିପଟ୍ଟା କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଉପକୃତ ହୋଇନାହାନ୍ତି। ଦମ୍ପତିଙ୍କ ନାଁରେ ଜବ୍‌ କାର୍ଡ ନଥିବାରୁ ମନରେଗା ଯୋଜନାରେ କେହି ଟଙ୍କାଟିଏ ରୋଜଗାର କରିବାର ସୁଯୋଗ ପାଇନାହାନ୍ତି। ଏପରିକି ୫ଟି ସନ୍ତାନର ମାଆ ଅଲମାଇ ଜନନୀ ସୁରକ୍ଷା ଯୋଜନା ଓ ‘ମମତା’ରୁ ବଞ୍ଚିତ ରହିଛନ୍ତି। ବାସନ୍ତୀଙ୍କ ଅବସ୍ଥା ସଂପର୍କରେ ସରପଞ୍ଚ ରାଜାରାଣୀ ଦେହୁରୀଙ୍କୁ ଯୋଗାଯୋଗ କରିବାରେ ସ୍ଥିତି ଅନୁଧ୍ୟାନ କରି ପଦକ୍ଷେପ ନେବେ ବୋଲି କହିଥିଲେ। ଯୋଗ୍ୟ ହିତାଧିକାରୀ ରାସନରୁ ବଞ୍ଚିତହେବା ଦୁର୍ଭାଗ୍ୟଜନକ କହି ଏହି ଜୁଆଙ୍ଗ ପରିବାର ପ୍ରତି ସୁବିଚାର କରାଯିବ ବୋଲି ଯୋଗାଣ ନିରୀକ୍ଷକ ଦେବାଶିଷ କର ବିବୃତି ରଖିଥିଲେ।

                                                                                                    ରିପୋର୍ଟ – ଅଭିମନ୍ୟୁ ମିଶ୍ର

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking