ଅନୁଗୁଳ: ଖାଦ୍ୟ ବିଷକ୍ରିୟା କାରଣରୁ ଗୋଟିଏ ପରିବାରରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଅନୁଗୁଳ ମେଡିକାଲରେ ସମସ୍ତଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ଖାଦ୍ୟ ବିଷକ୍ରିୟା କାରଣରୁ ମା ସହିତ ଦୁଇ ପୁଅଙ୍କର ମୃତ୍ୟୁ ଘଟିଛି । ମୃତକମାନେ ଢେଙ୍କାନାଳ ଜିଲ୍ଲା କଣ୍ଟାପାଣିଆ ଥାନା ଇଟାପ ଗାଁର ବୋଲି ସୂଚନା ମିଳିଛି । ତେବେ ଏମାନେ ସମସ୍ତେ ଭାତ,ପାଳଙ୍ଗ ଶାଗ, ଚିକେନ ଖାଇ ଅସୁସ୍ଥ ହେବାରୁ ମେଡିକାଲରେ ପ୍ରଥମେ ଭର୍ତ୍ତି ହୋଇଥିଲେ । ଅନୁଗୁଳ ମେଡିକାଲରେ ୩ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ତେବେ ତିନିଜଣଙ୍କର ମୃତ୍ୟୁ କିପରି ହେଲା କାହିଁକି ହେଲା ତାହାର କାରଣ ଏଯାଏ ଅସ୍ପଷ୍ଟ ରହିଛି। ମୃତକଙ୍କ ପୋଷ୍ଟମର୍ଟମ ଏଯାଏଁ କରାଯାଇନାହିଁ । ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି କୁହାଯାଉଛି । ଅନ୍ୟପଟେ ମୃତକଙ୍କ ସଂପର୍କୀୟ ଏହି ଖବର ଶୁଣିବା ପରେ ଦୁଃଖରେ ଭାଙ୍ଗି ପଡିବା ସହ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ଉପୁଜିଛି ।










