ଭୁବନେଶ୍ୱର: ଏଫଏମ ପୀଡିତା ଆତ୍ମହତ୍ୟା କରିନି , ହତ୍ୟା କରାଯାଇଛି ବୋଲି ଅଭିଯୋଗ କଲା ବିଜେଡି । ଗିରଫ ୨ ଛାତ୍ର ଛୋଟ ମାଛ, ବଡ ମାଛଙ୍କୁ ବଞ୍ଚାଇବା ପାଇଁ ଗିରଫଦାବି । ଛାତ୍ର ସଂସଦ ନିର୍ୱାଚନ ପାଇଁ ଏବିଭିପି ସକ୍ଷମ ନଥିଲା । ତେଣୁ ନିର୍ୱାଚନ ପାଇଁ ଏଭଳି ଏକ ନାଟକ ରଚିବାରୁ ଛାତ୍ରୀଙ୍କ ଜୀବନ ଯାଇଛି । ସ୍ଥାନୀୟ ସାଂସଦଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ । ଏବିଭିପିର ଦୀପ୍ତିମୟୀ ବିରୋଧରେ ମଧ୍ୟ ତଦନ୍ତ କରାଯାଉ ।










