20.1 C
Bhubaneswar
Wednesday, December 17, 2025
Homeଓଡିଶାଏଫଏମ ଛାତ୍ରୀ ମୃତ୍ୟୁ: କ୍ରାଇମବ୍ରାଞ୍ଚ ଏସପିଙ୍କ ତଦନ୍ତ

ଏଫଏମ ଛାତ୍ରୀ ମୃତ୍ୟୁ: କ୍ରାଇମବ୍ରାଞ୍ଚ ଏସପିଙ୍କ ତଦନ୍ତ

ବାଲେଶ୍ୱର: ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ନୂଆ ମୋଡ ଆସିଛି ।  ବାଲେଶ୍ୱରରେ କ୍ରାଇମବ୍ରାଞ୍ଚ ଏସପି ଅନିରୁଦ୍ଧ ରାଉତରାୟ ।  ଘଟଣାର ତଦନ୍ତ କରୁଛନ୍ତି କ୍ରାଇମବ୍ରାଞ୍ଚ ଏସପି ।  ଅଧିକ ତଦନ୍ତ ପାଇଁ ନିଯୁକ୍ତ କରିଛନ୍ତି ସରକାର ।   ଅନ୍ୟପଟେ ଏହି ଘଟଣାରେ ଶୁଭ୍ର ସମ୍ବିତ ନାୟକ, ଜ୍ୟୋତି ପ୍ରକାଶ ବିଶ୍ୱାଳଙ୍କୁ କ୍ରାଇବ୍ରାଞ୍ଚ ଗିରଫ କରିଛି । ଏକ ସୂତ୍ରରୁ  ଜଣାପଡିଛି ଯେ,  ପୂର୍ୱରୁ ଏଫଏମ ଛାତ୍ରୀଙ୍କୁ ୨ ଜଣ ଛାତ୍ର ନେତା ପେଟ୍ରୋଲ ଆଣିବାକୁ ବାଧ୍ୟ କରିଥିଲେ ।  ଏମିତିକି  ନିଜ ଦେହରେ ପେଟ୍ରୋଲ  ଢାଳି ପୋଡିବାର ଅଭିନୟ   ନକଲେ  ଅନ୍ୟ ଛାତ୍ରଛାତ୍ରୀଙ୍କୁ  ଆନ୍ଦୋଳନରୁ   ଦୂରେଇ ନେବେ ବୋଲି  ଧମକ ମଧ୍ୟ ଦେଇଥିଲେ ।ଜ୍ୟୋତି ପ୍ରକାଶଙ୍କ  ମୋବାଇଲ ଫୋନ ନିଜ ଅକ୍ତିଆରକୁ ନେବା ପରେ ଏହି ଘଟଣା ବାବଦରେ ଅନେକ ଭିଡିଓ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ।   ଏଭଳି ସମୟରେ ଆଉ ଏକ ଘଟଣା ମଧ୍ୟ  କ୍ରାଇବ୍ରାଞ୍ଚ ହାତରେ ଲାଗିଛି ।   ଆତ୍ମାହୁତି ପୂର୍ୱରୁ ଏଫଏମ ଛାତ୍ରୀ କିଛି ଲୋକଙ୍କୁ କଲ କରିଥିବା ଜଣାପଡିଛି ।  ସେମେନେ କିଏ ଥିଲେ ତାହା ଏକ ବଡ ପ୍ରଶ୍ନ ।  ସେମାନେ ମଧ୍ୟ ଏବେ   କ୍ରାଇମବ୍ରାଞ୍ଚ ସ୍କାନରରେ ଅଛନ୍ତି ।  ଏହାରି ଭିତରେ ମଙ୍ଗଳବାର ୨ ଛାତ୍ରଙ୍କ  ଜାମିନ ଆବେଦନକୁ ଖାରଜ କରାଯାଇଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking