21.1 C
Bhubaneswar
Saturday, December 20, 2025
Homeଦେଶ ବିଦେଶଆସାମରେ ବନ୍ୟା ବିତ୍ପାତ; କାଜିରଙ୍ଗା ଜାତୀୟ ଉଦ୍ୟାନରେ ୧୩୧ ବନ୍ୟଜନ୍ତୁ ମୃତ

ଆସାମରେ ବନ୍ୟା ବିତ୍ପାତ; କାଜିରଙ୍ଗା ଜାତୀୟ ଉଦ୍ୟାନରେ ୧୩୧ ବନ୍ୟଜନ୍ତୁ ମୃତ

ନୂଆଦିଲ୍ଲୀ : ଆସାମରେ ବନ୍ୟା ବିତ୍ପାତ। ରାଜ୍ୟ‌ରେ ବନ୍ୟା ଯୋଗୁ ମଣିଷଙ୍କ ଭଳି ବନ୍ୟଜନ୍ତୁମାନେ ମଧ୍ୟ ଅତି ସାଂଘାତିକ ଭାବେ ପ୍ରଭାବିତ ହୋଇଛନ୍ତି। ବନ୍ୟାରେ ବର୍ତ୍ତମାନସୁଦ୍ଧା କାଜିରଙ୍ଗା ଜାତୀୟ ଉଦ୍ୟାନରେ ୧୩୧ ବନ୍ୟଜନ୍ତୁ ମରିଗଲେଣି। ମୃତ ବନ୍ୟଜନ୍ତୁଙ୍କ ମଧ୍ୟରେ ୬ ଗଣ୍ଡା ଏବଂ ୧୧୭ ହରିଣ ଅଛନ୍ତି। ୯୮ ବନ୍ୟଜନ୍ତୁ ପାଣିରେ ବୁଡ଼ି ମରିଥିବାବେଳେ ୨ ବନ୍ୟୁଜନ୍ତୁଙ୍କର ଗାଡ଼ି ଧକ୍କା ଏବଂ ୧୭ ବନ୍ୟଜନ୍ତୁଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଏବେ ୨୫ ବନ୍ୟଜନ୍ତୁ ଚିକିତ୍ସାଧୀନ ଅଛନ୍ତି ଏବଂ ୫୨ ବନ୍ୟଜନ୍ତୁଙ୍କର ଚିକିତ୍ସା ଶେଷ ହୋଇଛି। ପାଖାପାଖି ୯୬ ବନ୍ୟଜନ୍ତୁଙ୍କୁ ବନ୍ୟାଜଳରୁ ଉଦ୍ଧାର କରାଯାଇଛି। ୨୦୧୭ ମସିହା ପରେ କାଜିରଙ୍ଗା
ଜାତୀୟ ଉଦ୍ୟାନରେ ବନ୍ୟାଜନିତ ସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଛି। ୨୦୧୭ରେ କାଜିରଙ୍ଗାରେ ୩୫୦ ବନ୍ୟଜନ୍ତୁ ବନ୍ୟାଜଳରେ ବୁଡ଼ି ମରି ଯାଇଥିଲେ। ଏହାପରଠାରୁ କାଜିରଙ୍ଗାରେ ଏଭଳି ସ୍ଥିତି ଉପୁଜିନଥିଲା। ଇତି ମଧ୍ୟରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ଆଜି କହିଛନ୍ତି, ବନ୍ୟା ପାଇଁ ରାଜ୍ୟରେ ମଣିଷ ଏବଂ ପଶୁ ସମସ୍ତେ ପ୍ରଭାବିତ ହୋଇଛନ୍ତି। ସମସ୍ତଙ୍କୁ ସହାୟତା ପାଇଁ ଟିମ୍‌ ଆସାମ ୨୪ ଘଣ୍ଟା କାମ କରୁଛି । ଅନ୍ୟପକ୍ଷେ ରାଜ୍ୟରେ ବନ୍ୟା ଯୋଗୁ ୭୮ ଲୋକଙ୍କର ମୃତ୍ୟୁ ହେଲାଣି। ୨୯ଟି ଜିଲ୍ଲାରେ ପାଖାପାଖି ୨୩ ଲକ୍ଷ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ଧୁବ୍ରି ସର୍ବାଧିକ ପ୍ରଭାବିତ ହୋଇଛି। ରାଜ୍ୟରେ ମୋଟ୍‌ ୨୬୯ ରିଲିଫ୍‌ ଶିବିରରେ ୫୩,୬୮୯ ଲୋକ ଆଶ୍ରୟ ନେଉଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking