30.1 C
Bhubaneswar
Saturday, October 5, 2024
Homeଦେଶ ବିଦେଶଆସାମରେ ବନ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ, ୬୨ ଜଣଙ୍କ ମୃତ୍ୟୁ

ଆସାମରେ ବନ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ, ୬୨ ଜଣଙ୍କ ମୃତ୍ୟୁ

ଆସାମ : ଉତ୍ତର ପୂର୍ବାଞ୍ଚଳରେ ବନ୍ୟା, ତୋଫାନ, ଓ ଭୁସ୍ଖଳନ ଭଳି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ନେଲାଣି ଅନେକ ଜୀବନ । ପ୍ରାୟ ୬୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଲୋକଙ୍କର ସନ୍ଧାନ ମିଳୁ ନାହିଁ । ଆକଳନ ଅନୁଯାୟୀ କେବଳ ବନ୍ୟାରେ ହିଁ ୫୨ ଲୋକଙ୍କର ଜୀବନ ଯାଇଥିବା ବେଳେ ଭୁସ୍ଖଳନରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି । ଆସାମର ୬.୪୮ ଲକ୍ଷ ଲୋକ ବସବାସ କରୁଥିବା ଧୁବରୀ ଜିଲ୍ଲା ହେଉଛି ସବୁଠାରୁ ଅଧିକ ବନ୍ୟା ପ୍ରଭାବିତ ।

ପୂର୍ବାତ୍ତର ରାଜ୍ୟ ଗୁଡିକରେ ଥିବା ପ୍ରମୁଖ ନଦୀ ମାନଙ୍କରେ ଜଳସ୍ତର ବିପଦ ସଂକେତ ଉପରେ ରହୁଥିବାରୁ ସବୁ ସମୟରେ ବନ୍ୟାର ଭୟ ଲାଗି ରହିଛି। ରାଜ୍ୟର ୨୯ ଜିଲ୍ଲାର ପ୍ରାୟ ୨୨ ଲକ୍ଷ ଲୋକ ବନ୍ୟାର ପ୍ରକୋପରେ ପିଡିତ । ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ପ୍ରଭାବିତ ଅଞ୍ଚଳ ବୁଲି ସମୀକ୍ଷା କରିଛନ୍ତି । ଚଳିତ ବର୍ଷ ୯୨ ଜଣଙ୍କର ବନ୍ୟା ଜନିତ ମୃତ୍ୟୁ ହୋଇଥିବା ବେଳେ ୯୫ ଜୀବ ଜନ୍ତୁଙ୍କର ମଧ୍ୟ ହୋଇଥିବାର ସୂଚନା ମିଳିଛି ।

ମୁଖ୍ୟମନ୍ତ୍ରୀ ଗତ ଶୁକ୍ରବାର ବନ୍ୟା ପ୍ରଭାବିତ ଦିବ୍ରୁଗଡ ଜିଲ୍ଲାର ଅଂଚଳ ପରିକ୍ରମା ପରେ ଅଧିକାରୀ ମାନଙ୍କ ସହ ବୈଠକ କରି ପୀଡିତଙ୍କ ସାହାଯ୍ୟ ପାଇଁ ଆଲୋଚନା କରିଛନ୍ତି । ବନ୍ୟା ପ୍ରଭାବିତ ଲୋକମାନେ କୌଣସି ଯୋଜନା ଅନ୍ତର୍ଗତ ନଥିଲେ ମଧ୍ୟ ଆବଶ୍ୟକତା ଅନୁଯାୟୀ ସମସ୍ତ ସାହାଯ୍ୟ କରିବା ପାଇଁ ନିର୍ଦ୍ଦେର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking