23.1 C
Bhubaneswar
Saturday, February 14, 2026
Homeଓଡିଶାଗାଁ କୁ ପ୍ରବେଶ କଲା ବୈତରଣୀ ବ୍ରାହ୍ମଣୀ ଖରସ୍ରୋତା ନଦୀରେ ବନ୍ୟା ଜଳ

ଗାଁ କୁ ପ୍ରବେଶ କଲା ବୈତରଣୀ ବ୍ରାହ୍ମଣୀ ଖରସ୍ରୋତା ନଦୀରେ ବନ୍ୟା ଜଳ

ଯାଜପୁର: ଉପର ମୁଣ୍ଡରେ ଲଗାଣ ବର୍ଷା ଫଳରେ ବୈତରଣୀ ନଦୀରେ ତୃତୀୟ ବନ୍ୟା। ଆଖୁଆପଦା ଓ ଯାଜପୁର ଏବଂ ଦଶରଥପୁରରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବନ୍ୟାଜଳ। ବୈତରଣୀ ନଦୀର ଆଖୁଆପଦାଠାରେ ବିପଦ ସଂକେତ ୧୮.୩୩ ମି ଥିବାବେଳେ ବର୍ତ୍ତମାନ ୧୮.୬୨ ମି ପ୍ରବାହିତ ହେଉଛି ବନ୍ୟାଜଳ। ସେହିଭଳି ବଲ୍ଲଭୀଘାଟରେ ବିପଦ ସଂକେତ ୧୩.୩୪ ମି ଥିବାବେଳେ ବର୍ତ୍ତମାନ ୧୩.୯୪ମି ରେ ବନ୍ୟାଜଳ ପ୍ରବାହିତ ହେଉଛି । ଦଶରଥପୁରରେ ବିପଦ ସଂକେତ ୯.୫୨ମି ଥିବା ବେଳେ ବର୍ତ୍ତମାନ ଜଳସ୍ତର ୧୨.୨୩ମି ରହିଛି। ବନ୍ୟା ଫଳରେ ଦଶରଥପୁର ବ୍ଲକ ଓ ଯାଜପୁର କୋରାଇ ଦଶରଥ ପୁର ବ୍ଲକ ପ୍ରଭାବିତ ହୋଇଛି ।

ଦଶରଥପୁର ବ୍ଳକର ୫ଟି ପଞ୍ଚାୟତର ୧୫ରୁ ଉର୍ଦ୍ଧ୍ବ ଗାଁରେ ବନ୍ୟାଜଳ ପ୍ରବେଶ କରିଛି। ବିଶେଷକରି ଚାଷ ଜମି ଗୁଡିକ ଜଳମଗ୍ନ ହୋଇଛି। ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଅନ୍ୟପଟେ ଯାଜପୁର ବ୍ଲକ ସିମିଳିଆ ମୁଖ୍ୟ ରାସ୍ତା ଉପରେ ଚାଲିଛି ୩ଫୁଟ ବନ୍ୟାଜଳ। ୮ଗୋଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ପ୍ରଶାସନ ଏଯାଏ ପହଞ୍ଚି ନଥିବାରୁ ଲୋକଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି। ରେଙ୍ଗାଲି ଡ୍ୟlମ ଖୋଲି ଲା ପରେ ବ୍ରାହ୍ମଣୀ ନଦୀରେ ବନ୍ୟା ପ୍ରଵେଶ କରି ଧର୍ମଶାଳା ବାରୀ ଅଂଚଳରେ ବନ୍ୟା ଜଳ ପ୍ରଵେଶ କରିଛି ବନ୍ୟା ପରିସ୍ଥିତି ମୂକା ବିଲl କରିବା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତ୍ରୁତ ରହିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking