ବାଲେଶ୍ୱର: ସୁବଣ୍ଣରେଖା ନଦୀରେ ବଢୁଛି ଜଳସ୍ତର । ଗାଲୁଡିହି ଗ୍ୟାରେଜରୁ ପାଣି ଛାଡିବା ଯୋଗୁଁ ଜଳସ୍ତର ବଢୁଛି । ରାସଗୋବିନ୍ଦପୁର ଓ ସାରସକଣାରେ ବନ୍ୟା ପରିସ୍ଥିତି ଉପୁଜିପାରେ । ଲଗାଣ ବର୍ଷା ଯୋଗୁଁ ୧୩ଟି ଗେଟ ଖୋଲାଯାଇଛି । ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ଥିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର । ନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ଗଲୁଡିହି ବ୍ୟାରେଜ ୨ ଲକ୍ଷ ୪୨ ହଜାର କ୍ୟୁସେକ ପାଣି ଛାଡ଼ିଥିବାରୁ ବଢୁଛି ନଦୀର ଜଳସ୍ତର । ଗତକାଲି ରାଜଘାଟ ପାଖରେ ଜଳସ୍ତର ୩.୫୦ ମିଟର ଥିବା ବେଳେ ଆଜି ସକାଳ ସୁଦ୍ଧା ଜଳସ୍ତର ବଢି ୬.୦୦ ମିଟରରୁ ଅଧିକ ଜଳ ପ୍ରବାହିତ ହେଉଛି । ଜାମସେଳା ଘାଟରେ ପାଣି ବଢୁଥିବାରୁ ଆହୁରି ରାଜଘାଟ ପାଖରେ ଜଳସ୍ତର ବଢିପାରେ ବୋଲି ଅନୁମାନ କରାଯାଉଛି ।










