16.1 C
Bhubaneswar
Sunday, December 7, 2025
Homeଓଡିଶାଲଘୁଚାପ ବର୍ଷାରେ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି

ଲଘୁଚାପ ବର୍ଷାରେ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି

ମୟୂରଭଞ୍ଜ:  ଲଘୁଚାପ ବର୍ଷା ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ଯାଏଁ ଲାଗି ରହିବା ଫଳରେ ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।ଫଳରେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବାର ଦେଖିବାକୁ ମିଳିଛି l ଏହି ବ୍ଲକ ଅଧୀନ ହଳଦୀପାଳ ପଞ୍ଚାୟତର ପ୍ରହ୍ଲାଦ ଦଳେଇଙ୍କ ଘର ଭିତରେ ଆଣ୍ଠୁଏ ଉଚ୍ଚର ବର୍ଷା ପାଣି ପଶି ଯିବାରୁ ଘରେ ଥିବା ଧାନ, ଚାଉଳ, ଆସବାବପତ୍ର ନଷ୍ଟ ହୋଇଯାଇଛି l ଚିତ୍ରଡା ଦମକଳ ବାହିନୀ ପହଞ୍ଚି ପାଣିକୁ ନିଷ୍କାସିତ କରିଥିଲା l ସେହିପରି ଚିତ୍ରଡାର ମୃତ୍ୟଞ୍ଜୟ ସେନାପତି, କୈଳାସଚନ୍ଦ୍ର ଖଣ୍ଡେଲୱାଲ ଏବଂ ବଜାରରେ ଥିବା ଦଶରୁ ଉର୍ଦ୍ଧ୍ବ ଦୋକାନ ଗୃହରେ ପାଣି ପଶି ଥିବାରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବାର ଆଶଙ୍କା କରାଯାଉଛି l

ସେହିପରି ବର୍ଷାରେ ଏହି ବ୍ଲକ ଅଧୀନ ଭାଲିଆଡିହା ପଞ୍ଚାୟତ ଡାକୋଇ ଗ୍ରାମର ଭୁଗୁଲୁ ହେମ୍ବ୍ରମ,କମଳ ଟୁଡୁ,ମାଳତୀ ହେମ୍ବ୍ରମ,ନେଗୀ ଟୁଡୁଙ୍କ ଘରେ ମଧ୍ୟ ବର୍ଷାଜଳ ପଶି ଯିବାରୁ ଏମାନେ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି l ବରକନ୍ଦ ପଞ୍ଚାୟତରେ ମଧ୍ୟ କିଛି ଲୋକଙ୍କ ଘରେ ବର୍ଷାଜଳ ପଶିଥିବାବେଳେ ପାଣିପାମ୍ପ ମାଧ୍ୟ୍ୟମରେ ଜଳ ନିଷ୍କାସନ କରୁଛନ୍ତି ନିଜେ ସରପଞ୍ଚ। ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାର ଦେଖିବାକୁ ମିଳିଛି। ଅନ୍ୟପଟେ ଲଘୁଚାପ ବର୍ଷାରେ ଜାମ୍ବିରା ନଦୀର ଆଡିବନ୍ଧ ଭାଙ୍ଗିବାରୁ ବନ୍ୟାଜଳରେ ପ୍ରାୟ ୨୦୦୦ ଏକରରୁ ଉର୍ଦ୍ଧ୍ବ ଚାଷଜମି ଜଳମଗ୍ନ ହୋଇଛିପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟାସ୍ଥିତିରୁ କରୁଣ ପରିସ୍ଥିତି ଦେଖିବାକୁ ମିଳିଛି । ମୋରଡ଼ା ନିର୍ବାଚନ ମଣ୍ଡଳୀର ରାସଗୋବିନ୍ଦପୁର ବ୍ଲକରେ। ଏହି ବ୍ଲକ ଅଧୀନ ଜମ୍ଭୀରା ନଦୀର ବଡାମପୁର ନଦୀ ଆଡ଼ିବନ୍ଧ ଭାଙ୍ଗି ଯିବାରୁ ପ୍ରାୟ ଦୁଇ ହଜାର ଏକର ଚାଷଜମି ଜଳମଗ୍ନ ହୋଇଛି l ଫଳରେ ଚାଷ ପାଇଁ ତଳି ଲଗାଇଥିବା ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି। ସେହିପରି ଏହି ବ୍ଲକ ଅଧୀନ ସାନମାଣିଦା ପଞ୍ଚାୟତର ଡୁଇଲିପୁରା,ପିଙ୍ଗୁଳି,ପଦ୍ମତୋଳିଆ ଗ୍ରାମ ପାଣି ଘେରରେ ଥିବାରୁ ପାଞ୍ଚ ଶହରୁ ଊର୍ଦ୍ଧ୍ବ ଲୋକଙ୍କ ଜୀବନ ପ୍ରଭାବିତ ହୋଇ ଅସ୍ତବ୍ୟସ୍ତ ହୋଇ ପଡିଛି।ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହା ସହିତ ମୋରଡାରେ ପ୍ରବାହିତ ଜାମ୍ବିରା ନଦୀର ଜଳସ୍ତର ବୃଦ୍ଧି ହେବା ଫଳରେ ମୋରଡାର ପାଞ୍ଚଗଚିଆ, ହଳଦୀପାଳ, 61ନଂ ରାଜ୍ୟ ରାଜପଥରେ ଯାତାୟତ ଠପ ହୋଇଛି, ବର୍ଷା ମାତ୍ରା ବହୁତ ଅଧିକ ଥିବାରୁ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଇଛି। ପ୍ରଶାସନ ମଧ୍ୟ ବନ୍ୟା ଉପରେ ନଜର ରଖିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking