28.1 C
Bhubaneswar
Saturday, September 21, 2024
Homeଦେଶ ବିଦେଶଆସାମରେ ବନ୍ୟା ସ୍ଥିତି ; ଗଲାଣି ୨୯ ଜୀବନ

ଆସାମରେ ବନ୍ୟା ସ୍ଥିତି ; ଗଲାଣି ୨୯ ଜୀବନ

ଗୌହାଟୀ : ଆସାମରେ ବନ୍ୟା ସ୍ଥିତି । ବ୍ରହ୍ମପୁତ୍ର ଓ ଏହାର ଶାଖା ନଦୀରେ ଜଳସ୍ତର ବୃଦ୍ଧି ପାଇବା କାରଣରୁ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଛି । ମୃତ୍ୟୁସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଏବେ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ୨୯ ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ଉଦ୍ଧାର ଓ ଥଇଥାନ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି । ବ୍ରହ୍ମପୁତ୍ର ଓ ଏହାର ଏକାଧିକ ଶାଖା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ରାଜ୍ୟ ବିପର୍ଯ୍ୟୟ ମୁକାବିଲା କର୍ତ୍ତୃପକ୍ଷଙ୍କଠାରୁ ମିଳିଥିବା ସୂଚନା ଅନୁସାରେ,୧୨ ଜିଲ୍ଲାରେ ଏବେ ମଧ୍ୟ ସ୍ଥିତି ସଙ୍ଗୀନ ରହିଛି । ଏବେ ପ୍ରାୟ ୧,୦୨୭ ଗ୍ରାମ ପାଣିଘେରରେ ରହିଛି । ୨,୬୩,୪୫୨ ଲୋକଙ୍କୁ ତଳିଆ ଅଞ୍ଚଳରୁ ଉଦ୍ଧାର କରାଯାଇ ବିଭିନ୍ନ ସୁରକ୍ଷିତ ସ୍ଥାନ ଓ ଆଶ୍ରୟସ୍ଥଳୀରେ ଥାଇଥାନ କରାଯାଇଛି । ସେଠାରେ ସେମାନଙ୍କୁ ସମସ୍ତ ଆବଶ୍ୟକୀୟ ସେବା ଯୋଗାଇ ଦିଆଯାଉଛି । ଜରୁରୀ ସହୟତା ପାଇଁ ଏକ କଣ୍ଟ୍ରୋଲ ରୁମ ଖୋଲାଯାଇଛି । ଜାତୀୟ ବିପର୍ୟ୍ୟୟ ପ୍ରଶମନ ବଳ ରାଜ୍ୟର ସମସ୍ତ ଜରୁରୀ ବିଭାଗ ଉଦ୍ଧାର ଅପରେସନରେ ନିୟୋଜିତ ହୋଇଛନ୍ତି । ପର୍ୟ୍ୟାପ୍ତ ପରିମାଣର ଔଷଧ, ଜରୁରୀ ତଥା ଶୁଖିଲା ଖାଦ୍ୟ ସାମଗ୍ରୀ, ଅସ୍ଥାୟୀ ତମ୍ବୁ ଉପକରଣ ଆଦି ଯୋଗାଇ ଦେବାକୁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking