22.1 C
Bhubaneswar
Sunday, December 14, 2025
Homeଓଡିଶାବନ୍ୟା ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ: ମନ୍ତ୍ରୀ

ବନ୍ୟା ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ: ମନ୍ତ୍ରୀ

ଭୁବନେଶ୍ୱର: ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ଦେଇଛନ୍ତି । ସମ୍ଭାବ୍ୟ ବନ୍ୟା ସ୍ଥିତିର ସୂଚନା ଦେଇ କହିଛନ୍ତି ଯେ ବନ୍ୟା ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ଅଛି । ପରିସ୍ଥିତି ସୁଧୁରିଛି, ଧିରେ ଧିରେ ପାଣି କମିବ । ଆଦୌ ଭ୍ୟଭୀତ ହେବାର ଆଶଙ୍କା ନାହିଁ । ମୟୂରଭଞ୍ଜ ଓ ବାଲେଶ୍ୱରକୁ ରେଡ ଆଲର୍ଟ ରହିଛି । ତଳମୁଣ୍ଡରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ବର୍ଷା ପାଣି ସହ ଝାଡଖଣ୍ଡର ଡ୍ୟାମ ପାଣି ଆସୁଛି । ଡଖଣ୍ଡକାରଙ୍କ ସହ ଯୋଗାଯୋଗରେ ଅଛୁ । ସୁବର୍ଣ୍ଣରେଖାରେ ଜଳସ୍ତର ଧିରେଧିରେ ବଢୁଛି । ଭୋଗରାଇ ଓ ଜଳେଶ୍ୱର ଅଞ୍ଚଳରେ ପାଣଇ ଜମିଛି । ତଳିଆ ଅଞ୍ଚଳର ଲୋକଙ୍କୁ ରିଲିଫ ସେଣ୍ଟରରେ ରଖାଯାଇଛି । କଟକରୁ ୨ଟି ଓଡ୍ରାଫ ଟିମ ବାଲେଶ୍ୱର ଯିବେ । ଆଉ ଏକ ଲଘୁଚାପ ଅଛି, ତା’ଉପରେ ନଜର ରହିଛି । ଅନେକ ଜାଗାରେ ଘାଇ ସୃଷ୍ଟି ହୋଇଛି । ବ୍ୟାପକ ଚାଷ, ପନିପରିବା ଫସଲ ନଷ୍ଟ ହୋଇଛି । ଚିନ୍ତା କରନ୍ତୁ ନାହିଁ ପର୍ଯ୍ୟାପ୍ତ କ୍ଷତିପୂରଣ ଦେବୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking