19.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶବନ୍ୟା ଏବଂ ଭୂସ୍ଖଳନଜନିତ କ୍ଷୟକ୍ଷତି: ୬ ରାଜ୍ୟକୁ ୧,୦୬୬ କୋଟି ଟଙ୍କା କେନ୍ଦ୍ରୀୟ ସହାୟତା

ବନ୍ୟା ଏବଂ ଭୂସ୍ଖଳନଜନିତ କ୍ଷୟକ୍ଷତି: ୬ ରାଜ୍ୟକୁ ୧,୦୬୬ କୋଟି ଟଙ୍କା କେନ୍ଦ୍ରୀୟ ସହାୟତା

ନୂଆଦିଲ୍ଲୀ: ଗତ କିଛି ସପ୍ତାହ ମଧ୍ୟରେ ଲଗାଣ ବର୍ଷା ଓ ଭୂସ୍ଖଳନ ଭଳି ଘଟଣାରେ ପ୍ରଭାବିତ ୬ ରାଜ୍ୟଙ୍କ ପାଇଁ କେନ୍ଦ୍ର ସରକାର ପ୍ରାୟ ୧,୦୬୬ କୋଟି ଟଙ୍କାର ଆର୍ଥିକ ସହାୟତା ମଞ୍ଜୁର କରିଛନ୍ତି । ରିପୋର୍ଟ ଅନୁସାରେ ସରକାରଙ୍କଠାରୁ ଆର୍ôଥକ ସହାୟତା ପାଇଥିବା ଏହି ୬ ରାଜ୍ୟ ମଧ୍ୟରେ ଉତ୍ତରାଖଣ୍ଡ, ଆସାମ, କେରଳ, ମଣିପୁର, ମେଘାଳୟ ଏବଂ ମିଜୋରାମ ଆଦି ସାମିଲ ଅଛନ୍ତି । ଉତ୍ତରାଖଣ୍ଡ ସର୍ବାଧିକ ୪୫୫.୬୦ କୋଟି ଟଙ୍କା ପାଇଛି । ସେହିପରି ଆସାମକୁ ୩୭୫.୬୦ କୋଟି ଟଙ୍କା ଏବଂ କେରଳକୁ ୧୫୩.୨୦ କୋଟି ଟଙ୍କା ମିଳିଛି । ବାକି ୮୧.୬୦ କୋଟି ଟଙ୍କାକୁ ମଣିପୁର, ମେଘାଳୟ ଏବଂ ମିଜୋରାମ ମଧ୍ୟରେ ଯଥାକ୍ରମେ ୨୯.୨୦ କୋଟି, ୩୦.୪୦ କୋଟି ଏବଂ ୨୨.୮୦ କୋଟି ଟଙ୍କା ଭାବେ ଆବଣ୍ଟିତ କରାଯାଇଛି ।

କେନ୍ଦ୍ର ସରକାର ଚଳିତ ବର୍ଷ ମୌସୁମୀ ସମୟରେ ବନ୍ୟା ଏବଂ ଭୂସ୍ଖଳନ ଦ୍ୱାରା ପ୍ରଭାବିତ ୬ଟି ରାଜ୍ୟ ପାଇଁ ୧,୦୬୬ କୋଟି ଟଙ୍କାରୁ ଅଧିକ ସହାୟତା ମଞ୍ଜୁର କରିଛନ୍ତି । ରାଜ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା ପାଣ୍ଠି (ଏସ୍‌ଡିଆର୍‌ଏଫ୍‌) ଅଧୀନରେ କେନ୍ଦ୍ରର ଅଂଶ ଭାବରେ ଏହି ସହାୟତା ରାଶି ଜାରି କରାଯାଇଛି । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦର୍ଶାଇଛି ଯେ, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରାଜ୍ୟଗୁଡ଼ିକୁ ସାହାଯ୍ୟ କରିବା ପାଇଁ କେନ୍ଦ୍ର ସମ୍ପୂର୍ଣ୍ଣ ପ୍ରତିବଦ୍ଧ । “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ମାର୍ଗଦର୍ଶନରେ, କେନ୍ଦ୍ର ସରକାର ଏହି ବିପଦ ସମୟରେ ସମସ୍ତ ରାଜ୍ୟ ସହିତ ଦୃଢ଼ ଭାବରେ ଠିଆ ହୋଇଛି । ଅନ୍ୟ ଏକ ରିପୋର୍ଟ ଅନୁସାରେ ଏହି ଆର୍ଥିକ ସହାୟତା ମଞ୍ଜୁରୀ ସହ ଚଳିତ ବର୍ଷ ଏପର୍ଯ୍ୟନ୍ତ, କେନ୍ଦ୍ର ସରକାର ଜାତୀୟ ବିପର୍ଯ୍ୟୟ ପ୍ରତିକ୍ରିୟା ପାଣ୍ଠି (ଏନ୍‌ଡିଆରଏଫ୍‌) ରୁ ୧୨ଟି ରାଜ୍ୟକୁ ପ୍ରାୟ ୧୯୮୮.୯୧ କୋଟି ଟଙ୍କା ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା ପାଣ୍ଠି (ଏସ୍‌ଡିଆରଏଫ୍‌)ରୁ ୧୪ଟି ରାଜ୍ୟ ପାଇଁ ୬,୧୬୬ କୋଟି ଟଙ୍କା ପ୍ରଦାନ କରିସାରିଛନ୍ତି । ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ଅତିରିକ୍ତ ପାଣ୍ଠି ମଧ୍ୟ ଦିଆଯାଇଛି । ଆର୍ôଥକ ସହାୟତା ବ୍ୟତୀତ, ସରକାର ଉଦ୍ଧାର ଏବଂ ରିଲିଫ କାର୍ଯ୍ୟ ପାଇଁ ଏନ୍‌ଡିଆରଏଫ୍ ଟିମ୍‌, ସେନା ୟୁନିଟ୍ ଏବଂ ବାୟୁସେନା ସହାୟତା ପଠାଇ ଭୂମିରେ ମଧ୍ୟ ସାହାଯ୍ୟ ପ୍ରଦାନ କରିଛନ୍ତି । ବର୍ତ୍ତମାନ, ୨୧ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ୧୦୦ ରୁ ଅଧିକ ଏନ୍‌ଡିଆରଏଫ୍ ଦଳ ନିୟୋଜିତ ଅଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking