ନୂଆଦିଲ୍ଲୀ : ଭାରତର ୯ଟି ବିମାନବନ୍ଦରରେ ଉଡାଣ ବନ୍ଦ କରିଛି ଏୟାର ଇଣ୍ଡିଆ । ଜାମ୍ମୁ, ଶ୍ରୀନଗର, ଲେହ, ଯୋଧପୁର, ଅମୃତସର, ଭୁଜ, ଜାମନଗର, ଚଣ୍ଡିଗଡ, ରାଜକୋଟ ଏୟାରପୋର୍ଟରେ ଉଡାଣ ବନ୍ଦ କରାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଉଡାଣ ବନ୍ଦ ରହିବ ବୋଲି ସୂଚନା ମିଳିଛି । ଅମୃତସରକୁ ଆସିବାକୁ ଥିବା ୨ଟି ଅନ୍ତର୍ଜାତୀୟ ବିମାନ ଦିଲ୍ଲୀ ଆସିବ ବୋଲି ସୂଚନା ଦିଆଯାଇଛି । ସୂଚନା ଅନୁସାରେ ପହଲଗାଓଁ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ । ମଧ୍ୟରାତ୍ରିରେ ପାକିସ୍ତାନରେ ଭାରତ ବଡ ଏୟାରଷ୍ଟ୍ରାଇକ କରିଛି । ପାକ୍ ଅଧିକୃତ କାଶ୍ମୀରରେ ଲଢୁଆ ବିମାନ ଓ ମିସାଇଲ ମାଡ କରି ଆତଙ୍କୀ ଶିବିରକୁ ଧ୍ୱଂସ କରିଛି ଭାରତୀୟ ସେନା । ସେନାର ଏହି ଅପରେସନର ନାମ ସିନ୍ଦୂର ରଖାଯାଇଛି । ଏୟାରଆଟାକ ପରେ ଭାରତରେ ୯ଟି ବିମାନ ବନ୍ଦରରେ ଉଡାଣ ବନ୍ଦ କରାଯାଇଛି ।