18.1 C
Bhubaneswar
Sunday, February 8, 2026
Homeଦେଶ ବିଦେଶ୫ ବର୍ଷର ଝିଅକୁ ଅପହରଣ ପରେ ହତ୍ୟା; ପୋଲିସ ଏନ୍‌କାଉଣ୍ଟରରେ ଅଭିଯୁକ୍ତ ସଫା

୫ ବର୍ଷର ଝିଅକୁ ଅପହରଣ ପରେ ହତ୍ୟା; ପୋଲିସ ଏନ୍‌କାଉଣ୍ଟରରେ ଅଭିଯୁକ୍ତ ସଫା

ବେଙ୍ଗାଲୁରୁ: କର୍ଣ୍ଣାଟକର ହୁବଲି ଅଞ୍ଚଳରେ ଏକ ୫ ବର୍ଷର ଶିଶୁ କନ୍ୟାକୁ ପ୍ରଥମେ ଅପହରଣ କରିନେବା ପରେ ହତ୍ୟା କରିଥିବା ନୀତେଶ କୁମାର (୩୫) ନାମକ ଅଭିଯୁକ୍ତ ରବିବାର ଦିନ ପୁଲିସ୍ ଏନ୍‌କାଉଣ୍ଟରରେ ପ୍ରାଣ ହରାଇଛି। ଏସମ୍ପର୍କରେ କର୍ଣ୍ଣାଟକ ପୁଲିସ୍ ସୋମବାର ସୂଚନା ଦେବାପରେ ସମସ୍ତ ତଥ୍ୟ ସାମ୍ନାକୁ ଆସିଛି। ପୁଲିସ୍ ସୂଚନାନୁସାରେ ଅଭିଯୁକ୍ତ ନୀତେଶର ଠିକଣା ସମ୍ପର୍କରେ ସୂଚନା ମିଳିବା ମାତ୍ରେ ଚଢ଼ଉ କରାଯାଇଥିଲା। କିନ୍ତୁ ସେ ପୁଲିସ୍ ଟିମ୍ ଉପରେ ଆକ୍ରମଣ କରିବାରୁ ପୁଲିସ୍ କର୍ମଚାରୀ ମଧ୍ୟ ପାଲଟା ଫାୟାରିଂ କରିଥିଲେ। ଏହି ଏନ୍‌କାଉଣ୍ଟର ଘଟଣାରେ ଜଣେ ପୁଲିସ୍ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ପ୍ରକାଶ, ନୀତେଶ କୁମାର ବିରୋଧରେ ପୋକ୍‌ସୋ ଆଇନ ଅନ୍ତର୍ଗତ ଦୁଷ୍କର୍ମ ଏବଂ ହତ୍ୟା ମାମଲା ରୁଜୁ କରାଯାଇଥିଲା। ନୀତେଶ ବିହାର ରାଜ୍ୟ ପାଟନା ଜିଲ୍ଲାର ସ୍ଥାୟୀ ବାସିନ୍ଦା ଥିବା ଜଣାପଡ଼ିଛି। ତେବେ ସେ କାହିଁକି ଶିଶୁକନ୍ୟାକୁ ହତ୍ୟା କରିଥିଲା ସେସମ୍ପର୍କରେ ପୁଲିସ୍ କୌଣସି ସୂଚନା ଦେଇନାହିଁ। ମୃତ ଝିଅଟିର ପରିବାର କୋପ୍ପାଲ ଜିଲ୍ଲା ବାସିନ୍ଦା। ମୃତ ଝିଅର ମାଆ ଜଣେ ଘରୋଇ ସହାୟିକା ଭାବେ ଏବଂ ଏକ ବିୟୁଟି ପାର୍ଲରରେ କାମ କରନ୍ତି, ସେହିପରି ବାପା ଜଣେ ରଙ୍ଗମିସ୍ତ୍ରୀ ଭାବରେ କାମ କରନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking