26.1 C
Bhubaneswar
Friday, March 6, 2026
Homeଓଡିଶା୫ ବର୍ଷୀୟ ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ

୫ ବର୍ଷୀୟ ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ

ଭୁବନେଶ୍ୱର: ୫ ବର୍ଶୀୟ ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ । ନିକଟସ୍ଥ ଜଙ୍ଗଲକୁ ନେଇ ଗାଁର ଜଣେ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଶିଶୁ କନ୍ୟାର ପରିବାର ଲୋକଙ୍କ ଅଭିଯୋଗ ପାଇ ମାମଲା ରୁଜୁ କରିଛି ହେମଗିରି ପୋଲିସ । ଦୁଷ୍କର୍ମକାରୀ ଯୁବକକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ହେମଗିରି ମେଡିକାଲରେ ଶିଶୁ କନ୍ୟାର ଚିକିତ୍ସା ଚାଲିଛି । ସେପଟେ ରାଜଧାନୀରୁ ଗୋଟିଏ ଦିନରେ ତିନି ଜଣ ନିଖୋଜ ହୋଇ ଯାଇଛନ୍ତି । ଜଣେ ନାବାଳକ ଓ ଦୁଇ ଜଣ ନାବାଳିକା ନିଖୋଜ ହୋଇଛନ୍ତି । ନିଖୋଜଙ୍କ ଫଟେ ସହ ପୋଷ୍ଟର ଜାରି କରିଛି ପୋଲିସ । ଏମାନଙ୍କୁ ନେଇ କିଛି ସୂଚନା ଦେଲେ ମିଳିବ ୫୦ ହଜାର ଟଙ୍କା ପୁରସ୍କାର ରାଶି । ନିଖୋଜ ନାବାଳିକା ହେଉଛନ୍ତି, ସାଲିଆ ସାହି ତାରିଣୀ ନଗରର ସୁମିତ୍ର ଦେହୁରୀ, ସାଲିଆ ସାହି ହାତିଆସୁଣୀର ଶୁଭସ୍ରୀ ନାୟକ ।ସେପଟେ ଶେଷଥର ପାଇଁ ଧଉଳି ପାହାଡ ଉପରେ ଦେଖିବାକୁ ମିଳିଥିଲା ୧୨ ବର୍ଷୀୟ ପ୍ରଦ୍ୟୁମ୍ନ ପ୍ରଧାନଙ୍କୁ । ୩ ଜଣ ନାବାଳକ ଓ ନାବାଳିକା ନିକୋଜ ହୋଇଥିବା ନେଇ ପୁଲିସ ଫଟୋ ଓ ପୋଷ୍ଟର ଜାରି କରିବା ସହ ସୋସିଆଲ ମିଡିଆରେ ପୋଷ୍ଟ କରିଛି । ଏବଂ ଏହାକୁ ଅଧିକରୁ ଅଧିକ ସେୟାର କରିବା ପାଇଁ କୁହାଯାଇଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking