25.1 C
Bhubaneswar
Saturday, March 21, 2026
Homeଦେଶ ବିଦେଶପାଣି ଟାଙ୍କି ସଫା କରିବା ସମୟରେ ଶ୍ୱାସରୁଦ୍ଧ ହୋଇ ୫ ଜଣ ଶ୍ରମିକଙ୍କ ମୃତ୍ୟୁ

ପାଣି ଟାଙ୍କି ସଫା କରିବା ସମୟରେ ଶ୍ୱାସରୁଦ୍ଧ ହୋଇ ୫ ଜଣ ଶ୍ରମିକଙ୍କ ମୃତ୍ୟୁ

ମୁମ୍ବାଇ: ମୁମ୍ବାଇର ନାଗପଡ଼ାରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଏକ ନିର୍ମାଣାଧୀନ କୋଠାରେ ପାଣି ଟାଙ୍କି ସଫା କରିବା ସମୟରେ ଶ୍ୱାସରୁଦ୍ଧ ହୋଇ ପାଞ୍ଚ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଶ୍ରମିକମାନେ ଏକ ନିର୍ମାଣ କୋଠାର ଭୂତଳ ପାଣି ଟାଙ୍କିକୁ ସଫା କରିବା ପାଇଁ ପଶିଥିଲେ । ତେବେ ଶ୍ୱାସରୁଦ୍ଧ ହୋଇ ୪ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନାରେ ମୃତ୍ୟୁବରଣ କରିଥିଲେ । ଏହି ଘଟଣା ପରେ ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ବୃହନମୁମ୍ବାଇ ମ୍ୟୁନିସିପାଲ୍ କର୍ପୋରେସନ୍ ଅନୁଯାୟୀ, ଆଜି ପ୍ରାୟ ୧୨.୨୯ ସମୟରେ ନାଗପଡ଼ାର ବିସମିଲ୍ଲା ସ୍ପେସ୍ କୋଠାରେ କିଛି ଶ୍ରମିକ ପାଣି ଟାଙ୍କି ସଫା କରୁଥିବା ସମୟରେ ଏଭଳି ଅଘଟଣ ଘଟିଥିଲା। ପୌର ଅଧିକାରୀମାନେ କହିଛନ୍ତି ଯେ, ଘଟଣା ବିଷୟରେ ସୂଚନା ପାଇବା ମାତ୍ରେ ସେମାନେ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ଆହତ ଶ୍ରମିକମାନଙ୍କୁ ଶ୍ୱାସରୁଦ୍ଧରୁ ଉଦ୍ଧାର କରିଥିଲେ। ନାଗପଡ଼ା ଅଞ୍ଚଳର ଡିମିଟିମକର ରୋଡରେ ଗୁଡ୍ ଲକ୍ ମୋଟର ଟ୍ରେନିଂ ସ୍କୁଲ ନିକଟରେ ଅବସ୍ଥିତ ବିସମିଲ୍ଲା ସ୍ପେସ୍ ବିଲଡିଂରେ ପାଣି ଟାଙ୍କି ସଫା କରିବାକୁ ଯାଇଥିବା କର୍ମଚାରୀମାନେ ସଫେଇ ସମୟରେ ଭିତରେ ଅଚେତ ହୋଇପଡ଼ିଥିଲେ। ଏହାପରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଅନ୍ୟମାନେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଜଣେ ଅଧିକାରୀ କହିଛନ୍ତି । ମୁମ୍ବାଇ ଅଗ୍ନିଶମ ବାହିନୀ ଶ୍ରମିକମାନଙ୍କୁ ଚିକିତ୍ସା ପାଇଁ ତୁରନ୍ତ ଜେଜେ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking