31.1 C
Bhubaneswar
Monday, March 9, 2026
Homeଦେଶ ବିଦେଶକାରଖାନାରେ ଭୟଙ୍କର ନିଆଁ, ୫ ମହିଳା ମୃତ

କାରଖାନାରେ ଭୟଙ୍କର ନିଆଁ, ୫ ମହିଳା ମୃତ

ହରିୟାଣା : ହରିୟାଣାର ଜିନ୍ଦରେ ହୋଲି ରଙ୍ଗ ଏବଂ ଅବିର ତିଆରି ହେଉଥିବା ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ । ଏହି ଭୟଙ୍କର ଅଗ୍ନିକାଣ୍ଡରେ ୫ ଜଣ ମହିଳାଙ୍କ ଜୀବନ ଚାଲିଯାଇଥିବା ବେଳେ ୨୦ରୁ ଅଧିକ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କ ପାନିପତ ହସପିଟାଲକୁ ରେଫର କରାଯାଇଛି । ତେବେ ଆଗକୁ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି କୁହାଯାଇଛି । ଜିନ୍ଦର ସଫିଦୋର ଭାଟ କଲୋନୀରେ ହୋଲି ରଙ୍ଗ ତିଆରି ହେଉଥିବା କାରଖାନାରେ ୩୦ ଜଣ ଶ୍ରମିକ କାମ କରୁଥିଲେ। ହଠାତ୍ ନିଆଁ ଲାଗି ଚାରିଆଡେ ବ୍ୟାପି ଯାଇଥିଲା ।

ନିଆଁ ଯୋଗୁଁ ଧୂଆଁମୟ ହୋଇଯାଇଥିଲା କାରଖାନା । ତେଣୁ କେହି ବାହାରିପାରିନଥିଲେ । ସ୍ଥାନୀୟ ଲୋକ ଚିତ୍କାର ଶୁଣି ତୁରନ୍ତ ଚିକିତ୍ସା ପାଇଁ ଆସିଥିଲେ । ସେମାନେ ଉଦ୍ଧାର କରି ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଘଟଣାରେ ୫ ଜଣ ମହିଳାଙ୍କ ଜୀବନ ଚାଲିଯାଇଥିବା ବେଳେ ଅନ୍ୟ ୨୦ ଜଣ ଗୁରୁତର ଥିବା ଜଣାପଡିଛି । ତେବେ ନିଆଁ ଲାଗିବାର କାରଣ ସଟ୍ ସର୍କିଟ ହୋଇଥିବା ଜଣାପଡିଛି । ଏହାର ଯାଞ୍ଚ ଚାଲିଛି । ଜିନ୍ଦର ଡିସି ମହମ୍ମଦ ଇମ୍ରାନ ରଜା ଏବଂ ଏସପି କୁଲଦୀପ ସିଂହ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ଅଗ୍ନିଶମ ଟିମ୍ ନିଆଁକୁ ଆୟତ୍ତ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking