21.1 C
Bhubaneswar
Friday, February 6, 2026
Homeଦେଶ ବିଦେଶକେନ୍ଦ୍ର କ୍ୟାବିନେଟ୍ ବୈଠକରେ ୫ ପ୍ରସ୍ତାବକୁ ମଞ୍ଜୁର

କେନ୍ଦ୍ର କ୍ୟାବିନେଟ୍ ବୈଠକରେ ୫ ପ୍ରସ୍ତାବକୁ ମଞ୍ଜୁର

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ ବୈଠକରେ ବଡ ନିଷ୍ପତି ନିଆଯାଇଛି । ୫ ପ୍ରସ୍ତାବକୁ ମଂଜୁର ମିଳିଛି । ଶୁକ୍ରବାର ଦିନ କେନ୍ଦ୍ର କ୍ୟାବିନେଟ୍ ୫୨,୬୬୭ କୋଟି ଟଙ୍କାର ମଞ୍ଜୁର କରିଛି । ଶିକ୍ଷା, ଏଲପିଜି, ଭିତ୍ତିଭୂମି ଏବଂ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି । ଏନେଇ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ବୈଷୟିକ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର କ୍ୟାବିନେଟ୍ ୪,୨୦୦ କୋଟି ଟଙ୍କା ମଞ୍ଜୁର କରିଛି। ସେ କହିଛନ୍ତି ଯେ କ୍ୟାବିନେଟ୍ ୨୦୨୫-୨୬ ପାଇଁ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଅଧୀନରେ ୧୨,୦୦୦ କୋଟି ଟଙ୍କାର ସବସିଡି ମଞ୍ଜୁର କରିଛି।କେନ୍ଦ୍ର କ୍ୟାବିନେଟ୍ ତୈଳ ବିପଣନ କମ୍ପାନୀଗୁଡ଼ିକ   ପାଇଁ ୩୦,୦୦୦ କୋଟି ଟଙ୍କାର ଏଲପିଜି ସବସିଡିକୁ ଅନୁମୋଦନ କରିଛି। ଏହା ଏଲପିଜିର ମୂଲ୍ୟ ବୃଦ୍ଧି କରିବ ନାହିଁ। କେନ୍ଦ୍ର କ୍ୟାବିନେଟ୍ ବୈଠକରେ, ଉତ୍ତର-ପୂର୍ବ ରାଜ୍ୟ ଆସାମ ଏବଂ ତ୍ରିପୁରା ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ଏହି ଦୁଇଟି ରାଜ୍ୟ ପାଇଁ ୪୨୫୦ କୋଟି ଟଙ୍କାର ଏକ ସ୍ୱତନ୍ତ୍ର ବିକାଶ ପ୍ୟାକେଜକୁ ଅନୁମୋଦନ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking