20.1 C
Bhubaneswar
Monday, December 22, 2025
Homeଓଡିଶାବଳଭଦ୍ରଙ୍କ ପହଣ୍ଡି ବେଳେ ଅଘଟଣ, ୫ ସେବାୟତ ଆହତ

ବଳଭଦ୍ରଙ୍କ ପହଣ୍ଡି ବେଳେ ଅଘଟଣ, ୫ ସେବାୟତ ଆହତ

ପୁରୀ: ଶ୍ରୀକ୍ଷେତ୍ରର ଶରଧାବାଲିରେ ମଙ୍ଗଳବାର ଆଡ଼ପ ପହଣ୍ଡି ସମୟରେ ଅଘଟଣ ଘଟିଛି। ବଡ଼ଠାକୁର ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ବିଜେ ନୀତି ବେଳେ ଏହି ଅଘଟଣ ଘଟିଛି। ଫଳରେ ୫ ଜଣ ସେବାୟତ ଆହତ ଥିବା ଜଣାପଡ଼ିଛି। ଆହତମାନଙ୍କୁ ଆମ୍ବୁଲାନ୍ସରେ ନେଇ ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ ଶ୍ରୀଜିଉମାନଙ୍କର ଗୋଟି ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ହୋଇଥିଲା। ଏହା ପରେ ବଡ଼ଠାକୁର ବଳଭଦ୍ରଙ୍କୁ ତାଳଧ୍ବଜରୁ ପହଣ୍ଡିରେ ତଳକୁ ଅଣାଯାଉଥିଲା। ମହାପ୍ରଭୁଙ୍କୁ ଚାଳମାଳର ଅଧବାଟରେ ଥିବା ବେଳେ କୌଣସି ତ୍ରୁଟି କାରଣରୁ ଝୁଙ୍କି ପଡ଼ିଥିଲେ। ‌

କିନ୍ତୁ ସେବାୟତମାନେ ସତର୍କତାର ସହିତ ଠାକୁରଙ୍କୁ ଧରିଥିଲେ। ତେବେ ଏହି ଅପ୍ରୀତିକର ଘଟଣାରେ ୫ରୁ ଊର୍ଦ୍ଧ୍ବ ସେବାୟତ ଆହତ ହୋଇଥିଲେ। ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରିପୋର୍ଟ ଲେଖାଯିବା ବେଳକୁ ଆହତମାନଙ୍କର ଚିକିତ୍ସା ଜାରି ରହିଛି। ଅନ୍ୟପଟରେ ମହାପ୍ରଭୁଙ୍କ ଆଡ଼ପ ପହଣ୍ଡି ଜାରି ରହିଛି। ତେବେ ଏହି ଅଘଟଣ ନେଇ ଶ୍ରଦ୍ଧାଳୁ, ଜଗନ୍ନାଥପ୍ରେମୀ, ଓଡ଼ିଶାବାସୀଙ୍କୁ ଆଘାତ ଲାଗିଛି। ଏହା ଏକ ବିରଳ ଘଟଣା ବୋଲି କୁହାଯାଉଛି। ଶହଶହ ବର୍ଷ ହେଲା ମହାପ୍ରଭୁଙ୍କର ଏହିଭଳି ପହଣ୍ଡି ହେଉଛି। କିନ୍ତୁ ଆଜିର କାର୍ଯ୍ୟକ୍ରମରେ ସାମାନ୍ୟ ଅବହେଳା ପାଇଁ ଏଭଳି ଅଘଟଣ ଘଟୁଥିବା କୁହାଯାଉଛି। ତେବେ ଘଟଣାର ତଦନ୍ତ ହେଲା ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking