15.1 C
Bhubaneswar
Tuesday, January 13, 2026
Homeଓଡିଶାସଡ଼କ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ

ସଡ଼କ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ

ରାୟଗଡ଼ା,ଦିଗପହଣ୍ଡି, ଶେରଗଡ଼: ରାଜ୍ୟରେ ତିନୋଟି ପୃଥକ ସଡ଼କ ଦୁର୍ଘଟଣାରେ ମୋଟ ୫ ଜଣଙ୍କ ମୃତ୍ୟୁ ହୋଇଛି। ରାୟଗଡ଼ା ଜିଲ୍ଲା ଗୁଣପୁର ଥାନା ଅନ୍ତର୍ଗତ ଲିମାମଡ଼ା ଗ୍ରାମ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ଦୁଇ ଜଣ ହେଲେ ମୁନା କିମ୍ୱାକା ଓ କ୍ରିଷ୍ଣା କିମ୍ୱାକା। ସେମାନଙ୍କର ଘର ଗୁଡ଼ାରୀ ଥାନା ଅନ୍ତର୍ଗତ ନିଲାଗୁଡ଼ା ଗ୍ରାମର। ମୃତକ ଦୁଇ ଜଣ ସମ୍ପର୍କୀୟ ଭାଇ ବୋଲି ଜଣାପଡ଼ିଛି। ରବିବାର ବିଳମ୍ବିତ ରାତିରେ ଏକ ବାଇକ ଯୋଗେ ଦୁଇ ଭାଇ କୌଣସି ଏକ କାମରେ ଗୁଣପୁର ଯାଇ ଘରକୁ ଫେରିବା ସମୟରେ ଗୁଣପୁର ଥାନା ଅନ୍ତର୍ଗତ ଲିମାମଡ଼ା ଗ୍ରାମ ନିକଟରେ ଭରସାମ୍ୟ ହରାଇ ଏକ ବିଦ୍ୟୁତ ଖୁଣ୍ଟରେରେ ବାଡ଼େଇ ହୋଇଥିଲେ। ଘଟଣା ସ୍ଥଳରେ ଦୁଇଜଣ ଗୁରୁତର ଭାବେ ଆହତ ହୋଇଥିବା ଦେଖି ସ୍ଥାନୀୟ ବାସିନ୍ଦା ଉଭୟଙ୍କୁ ଉଦ୍ଧାର କରି ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ସେମାନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ପାଇ ଗୁଣପୁର ପୁଲିସ ମେଡିକାଲ୍‌ରେ ପହଞ୍ଚି ବ୍ୟବଚ୍ଛେଦ କରାଇ ପରିବାରକୁ ହସ୍ତାନ୍ତର କରିଛି।

ସେହିପରି ଗଞ୍ଜାମ ଜିଲ୍ଲା ଲାଞ୍ଜିଆକାଳୀ ମନ୍ଦିର ନିକଟରେ ହରେକୃଷ୍ଣ ନାମକ ଏକ ଘରୋଇ ବସ୍ ଧକ୍କାରେ ଦୁର୍ଘଟଣାସ୍ଥଳରେ ସ୍ୱାମୀ-ସ୍ତ୍ରୀଙ୍କ ଜୀବନ ଯାଇଛି। ଆଜି କୌଣସି କାମରେ ସ୍ୱାମୀ-ସ୍ତ୍ରୀ ଏକ ସ୍କୁଟି ଯୋଗେ ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାଉଥିଲେ। ତେବେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଲାଞ୍ଚିଆକାଳୀ ମନ୍ଦିର ନିକଟରେ ଏକ ଘରୋଇ ବସ୍ ସ୍କୁଟି ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଯାହାଫଳରେ ସ୍କୁଟିରେ ବସିଥିବା ଦମ୍ପତି ତଳେ ପଡ଼ିଯାଇଥିଲେ। ଏହାପରେ ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

ସେହିପରି ଶେରଗଡ଼ ଥାନା ଅନ୍ତର୍ଗତ ଚିକିଲି ନିକଟରେ ଏକ ଡାଲା ଅଟୋ ଓଲଟି ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି । ମୃତକ ଜଣକ ହେଲେ ରୋହିଗାଁର ସାରସୁ ବିଷୋୟୀ। ସେହିପରି ଆହତ ୧୩ ଜଣଙ୍କ ମଧ୍ୟରୁ ରଜନୀ ଜେନା, ଅମୂଲ୍ୟ ଜେନା, ଗାୟତ୍ରୀ ଜେନା, ଆରତୀ ଜେନା, ବଙ୍ଗାଳି ଜେନା, ଝୁମ୍ପା ଜେନାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ଡାଲା ଅଟୋରେ ସମସ୍ତେ ହାଡ଼ିଚିରା ଗ୍ରାମକୁ ଆସି ନିଜ ଗ୍ରାମ ରୋହିଗାଁକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା। ଶେରଗଡ଼ ପୁଲିସ ଘଟଣା ସ୍ଥଳରେ ପହଞ୍ôଚ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking