28.1 C
Bhubaneswar
Friday, June 6, 2025
Homeଦେଶ ବିଦେଶଅପରେସନ ସିନ୍ଦୁରରେ ୫ କୁଖ୍ୟାତ ଆତଙ୍କୀ ନିପାତ

ଅପରେସନ ସିନ୍ଦୁରରେ ୫ କୁଖ୍ୟାତ ଆତଙ୍କୀ ନିପାତ

ନୂଆଦିଲ୍ଲୀ: ଅପରେସନ ସିନ୍ଦୁରରେ ଟଳିଛନ୍ତି ମୋଷ୍ଟ ୱାଟେଣ୍ଡ ଆତଙ୍କୀ । ମେ ୭ ଆଟାକରେ ଲସ୍କର ଓ ଜୈଓ ମହମ୍ମଦର ୫ କୁଖ୍ୟାତ ଆତଙ୍କୀ ନିପାତ ହୋଇଛନ୍ତି । ଏଲଇଟି ଆତଙ୍କୀ ମୁଦ୍ଦସର ଖାଲିଦ , ଜେଇଏମର ହାଫିଜ ମହମ୍ମଦ ଜମିଲ, ଜେଇଏମର ମହମ୍ମଦ ୟୁସୁଫ ଅଜହର, ଏଲଇଟିର ଖଲିଦ ଓରଫ ଅବୁ ଆକସା , ମହମ୍ମଦ ହସନ ଖାନ ନିପାତ ହୋଇଛନ୍ତି । କାନ୍ଦାହାର ବିମାନ ଅପହରଣରେ ସଂପୃକ୍ତ ଆତଙ୍କୀଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ଭାରତର ମୋଷ୍ଟ ୱାଣ୍ଟେଡ ତାଲିକାରେ ଥିବା ଅଣ୍ଡରୱାର୍ଲଡ ଡନ୍‌ମାନଙ୍କୁ ଛନକା ପଶିଛି । ଗିରଫ ଭୟରେ ସେମାନେ ପାକିସ୍ତାନର ବିଭିନ୍ନ ପ୍ରମୁଖ ସହରରେ ଆତ୍ମଗୋପନ କରିଥିଲେ । ପାକ୍‌ ସରକାର ସେମାନଙ୍କୁ ଆରାମରେ ରହିବାକୁ ଅନୁମତି ଦେଇଥିଲା । କିନ୍ତୁ ଏବେ ଭାରତର ଅପରେସନ ‘ସିନ୍ଦୂର’ ଯୋଗୁ ପାକିସ୍ତାନ ଥରହର । କରାଚୀଠାରୁ ଲାହୋର ପର୍ଯ୍ୟନ୍ତ ସବୁଠି ଭାରତୀୟ ମିସାଇଲ ଓ ଡ୍ରୋନ୍‌ ହମଲା ହେଉଛି । ଫଳରେ ଅଣ୍ଡରୱାର୍ଲଡ ଡନ୍‌ମାନେ ଥଳକୂଳ ନ ପାଇ ଅନ୍ୟ କେଉଁଆଡ଼େ ପଳାୟନ କରୁଛନ୍ତି ।

ତାଲିକାର ପ୍ରଥମ ସ୍ଥାନରେ ଥିବା ଦାଉଦ ଇବ୍ରାହିମ କରାଚୀର କ୍ଲିଫ୍‌ଟନ ଅଞ୍ଚଳରେ ରହୁଥିଲା । ଏବେ ସେଠାରେ ସେ ନ ଥିବା ରିପୋର୍ଟ ଆସିଛି । ରିପୋର୍ଟ ମୁତାବକ, ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ଦାଉଦ ଇବ୍ରାହିମ ଓ ତା’ର ପରିବାରକୁ ଦେଶର ଅନ୍ୟ କୌଣସି ସ୍ଥାନକୁ ନେଇଯାଇଛି । ୨୦୦୧ରୁ ଦାଉଦ କରାଚୀରେ ରହିଆସୁଥିଲା । ଅନ୍ୟ କେତେକ ସୂତ୍ରରୁ ପ୍ରକାଶ, ଭାରତ ଅପରେସନ ସିନ୍ଦୂରରେ ଯେଉଁଭଳି ଭାବେ କରାଚୀ ଉପରେ ବାରମ୍ବାର ଡ୍ରୋନ୍‌ ଓ ମିସାଇଲ ହମ୍‌ଲା କଲା, ତାହାଦ୍ୱାରା ଦାଉଦର ଠିକଣା ଧୂଳିସାତ୍‌ ହୋଇଯାଇଛି । ପ୍ରିସିଜନ୍‌ ଷ୍ଟ୍ରାଇକ୍‌ରେ ଦାଉଦ ପ୍ରାଣ ହରାଇ ଥାଇପାରେ ବୋଲି କୁହାଯାଉଛି ।

ଏହା ପୂର୍ବରୁ ଭାରତୀୟ ଏଜେନ୍ସିମାନେ ତାକୁ ମାରିବା ପାଇଁ ତିନି ଥର ଉଦ୍ୟମ କରି ବିଫଳ ହୋଇଥିଲେ । ପହଲଗାମ ଆତଙ୍କୀ ଆକ୍ରମଣ ପ୍ରତିଶୋଧ ନେଇ ଭାରତ ଗତ ମେ ୬ ତାରିଖ ବିଳମ୍ୱିତ ରାତିରେ ପାକିସ୍ତାନ ଓ ପିଓକେର ୯ଟି ଆତଙ୍କୀ ଆଡ୍ଡାରେ ଏୟାରଷ୍ଟ୍ରାଇକ୍ କରିଥିଲା । ଏଥିରେ ୧୦୦ ଆତଙ୍କୀ ନିପାତ ହୋଇଥିଲେ । ଛାରଖାର ହୋଇଥିଲା ଆତଙ୍କୀସ୍ଥାନ । ଏହାପରେ ପାକିସ୍ତାନ ଗତ ଗୁରୁବାର ରାତିରୁ ଭାରତ ଉପରେ ଆକ୍ରମଣ କରୁଛି । ହେଲେ ତାର ସବୁ ଯୋଜନାକୁ ପଣ୍ଡ କରିଛନ୍ତି ଭାରତୀୟ ସେନା ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking