25.1 C
Bhubaneswar
Saturday, March 21, 2026
Homeଦେଶ ବିଦେଶବିମାନ ଦୁର୍ଘଟଣାରେ ଜୀବନ ଗଲା ଗୋଟିଏ ପରିବାରର ୫ ଜଣଙ୍କ ଜୀବନ

ବିମାନ ଦୁର୍ଘଟଣାରେ ଜୀବନ ଗଲା ଗୋଟିଏ ପରିବାରର ୫ ଜଣଙ୍କ ଜୀବନ

ନୂଆଦିଲ୍ଲୀ: ଗୁରୁବାର ଦିନ ଅହମ୍ମଦାବାଦରେ ହୋଇଥିବା ଭୟଙ୍କର ଏୟାର ଇଣ୍ଡିଆ ଦୁର୍ଘଟଣା, ଯାହା ଭାରତର ବିମାନ ଚଳାଚଳ ଇତିହାସର ସବୁଠାରୁ ଦୁର୍ଘଟଣା। ବିମାନରେ ଦୁର୍ଘଟଣାରେ 265 ଜଣଙ୍କ ଜୀବନ ଦୀପ ଲିଭିଯାଇଛି ହେଲେ ଭାଗ୍ୟବଶତଃ କେବଳ ଜଣେ ଯାତ୍ରୀଙ୍କ ଜୀବନ ବଞ୍ଚିଯାଇଛିକିଏ ଯାଉଥିଲା କାହା ପରିବାରକୁ ଭେଟିବା ପାଇଁ ଆଉ କିଏ ଯାଉଥିଲା ଲଣ୍ଡନ ବୁଲିବା ପାଇଁହେଲେ ମୃତ୍ୟୁ କହିକି ଆସେନା କେତେବେଳେ କଣ ହୋଇଯିବ ତାହା କିଏ ଅବା ଜଣେ । ଏପରି ଏକ କାହାଣୀ କହିରଖୁଛୁ ଯାହା ଆପଣ ଶୁଣିଲେ ଆଖିରୁ ଲୁହ ବାହାରିଯିବ । ରାଜସ୍ଥାନର ଗୋଟିଏ ପରିବାର – ସ୍ୱାମୀ , ସ୍ତ୍ରୀ ଏବଂ ସେମାନଙ୍କର ତିନି ଛୁଆ ଏୟାର ଇଣ୍ଡିଆ ବିମାନରେ ନିଜ ଜୀବନର ଏକ ନୂତନ ଅଧ୍ୟାୟ ଆରମ୍ଭ କରିବା ପାଇଁ ଲଣ୍ଡନ ଯାଉଥିଲେ। ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ପ୍ରଦ୍ୟୁତ ଏବଂ ନକୁଳ ଯମଜ ଥିଲେ ଏବଂ ପରିବାର ରାଜସ୍ଥାନର ବାଂସୱାଡ଼ା ସହରରୁ ଆସିଥିଲେ।  ବିମାନରେ ଥିବା ସମୟରେ, ପ୍ରତୀକ ଜୋଶୀ ପରିବାରର ଏକ ସେଲଫି ଉଠାଇଥିଲେ ଯେଉଁଥିରେ ପାଞ୍ଚ ଜଣ ହସି ହସି ହସି ସେଲଫି ନେଇଥିଲେକେତେ ସ୍ବପ୍ନ ନେଇ ଲଣ୍ଡନ ଯାଇଥାନ୍ତେହେଲେ ଅଧା ରହିଗଲା ସ୍ବପ୍ନ ତିଆରି କରିପାରିଲେ ସୁନ୍ଦର ଘର ଫେରି ପାଇଲେ ଜୀବନପରିବାରର ସମସ୍ତେ ହସି ହସି କ୍ୟାମେରା ଆଗରେ ପୋଜ୍ ଦେଉଥିଲେଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ପରିବାର ଲୋକ ବିମାନରେ ଚଢ଼ିବା ସମୟରେ କୌମି ବ୍ୟାସ ତାଙ୍କ ପରିବାରର ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ । ଡାକ୍ତର କୌମି ବ୍ୟାସ ଏକ ଘରୋଇ ହସ୍ପିଟାଲରେ କାମ କରୁଥିବା ବେଳେ, ତାଙ୍କ ସ୍ୱାମୀ ପ୍ରତୀକ ଜୋଶୀ ଲଣ୍ଡନରେ କାମ କରୁଥିଲେ। ସେ ତାଙ୍କ ସ୍ତ୍ରୀ ଏବଂ ସେମାନଙ୍କର ତିନି ପିଲାଙ୍କୁ ସ୍ଥାୟୀ ଭାବରେ ଲଣ୍ଡନରେ ତାଙ୍କ ସହିତ ରହିବା ପାଇଁ ଭାରତ ଫେରି ଆସିଥିଲେ। ପରିବାର ଏକ ନୂତନ ଜୀବନ ଆରମ୍ଭ କରିବାକୁ ଯାଉଥିଲେ, କିନ୍ତୁ, ସମସ୍ତେ ଦୁର୍ଘଟଣାରେ ମୃତ୍ୟୁବରଣ କଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking