27.1 C
Bhubaneswar
Sunday, March 29, 2026
Homeଦେଶ ବିଦେଶଶ୍ବାସରୁଦ୍ଧ ହୋଇ ଗୋଟିଏ ପରିବାରର ୫ ଜଣକ ମୃତ୍ୟୁ

ଶ୍ବାସରୁଦ୍ଧ ହୋଇ ଗୋଟିଏ ପରିବାରର ୫ ଜଣକ ମୃତ୍ୟୁ

ଶ୍ରୀନଗର: ଜମ୍ମୁ-କାଶ୍ମୀର ଶ୍ରୀନଗରରେ ହୃଦୟବିଦାରକ ଘଟଣା। ଏଠାରେ ଘରେ ଶୋଇଥିବା ଅବସ୍ଥାରେ ଶ୍ବାସରୁଦ୍ଧ ହୋଇ ଗୋଟିଏ ପରିବାରର ୫ ଜଣକ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ରହିଛନ୍ତି ୧ ମାସର ଶିଶୁ ଏବଂ ଜଣେ ୧୮ ମାସର ଶିଶୁପୁତ୍ର। ସୂଚନା ଅନୁଯାୟୀ, ଶ୍ରୀନଗରର ପନ୍ଦ୍ରାଥନ ଅଞ୍ଚଳରେ ରବିବାର ସନ୍ଧ୍ୟାରେ ଘଟିଛି ଏହି ଘଟଣା। ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ପନ୍ଦ୍ରାଥନୀରେ ଭଡ଼ାରେ ରହୁଥିବା ପରିବାରର ପାଞ୍ଚ ସଦସ୍ୟଙ୍କ ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ହୋଇଛି।

ଅଧିକାରୀ କହିଛନ୍ତି ବାରାମୂଳାରେ ରହୁଥିବା ଏହି ପରିବାର ପନ୍ଦ୍ରାଥନରେ ଭଡ଼ାରେ ରହୁଥିଲେ। ସେ କହିଛନ୍ତି, ସେମାନଙ୍କୁ ହସ୍ପିଟାଲ ନିଆଯାଇଥିଲା, ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ପୀଡ଼ିତଙ୍କ ପରିଚୟ ଏଜାଜ ଅହମଦ ଭଟ୍ଟ (୩୮), ତାଙ୍କ ପତ୍ନୀ ସଲୀମା (୩୨) ଏବଂ ତାଙ୍କ ତିନି ସନ୍ତାନ, ଅରିବ (୩), ହମଜା (୧୮) ଏବଂ ଆଉ ଜଣେ ୧ ମାସର ଶିଶୁ। ସେପଟେ ମୁଖ୍ୟମନ୍ତ୍ରୀ ଓମର ଅବ୍ଦୁଲା ଘଟଣାକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking