ବ୍ରହ୍ମପୁର: ବ୍ରହ୍ମପୁର ହଳଦିଆପଦର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏହି ଭୟଙ୍କର ଦୁର୍ଘଟଣାରେ ଚାଲିଗଲା ୫ ଜଣଙ୍କ ଜୀବନ । ମୃତକଙ୍କ ପରିଚୟ ମିଳିପାରିନାହିଁ । ସୂଚନା ଅନୁସାରେ, ଗୋସାଇଁ ନୂଆଗାଁ ଓଭରବ୍ରିଜ୍ରେ ସମସ୍ତଙ୍କ ଉପରେ ଚଢିଗଲା ଦ୍ରୁତଗାମୀ ଟ୍ରକ୍ । ପ୍ରଥମେ ଦ୍ରୁତଗାମୀ ଟ୍ରକ୍ଟି ବାଇକ୍କୁ ଧକ୍କା ଦେଇଥିଲା । ଏହା ପରେ ଆଗକୁ ଯାଇ ଆଉ ୨ ରୁ ୪ଟି ଗାଡିକୁ ଧକ୍କା ଦେଇଥିଲା । ଏହା ପରେ ଘଟଣାସ୍ଥଳରେ ଟ୍ରକ୍ ଛାଡି ଡ୍ରାଇଭର ଫେରାର ହୋଇଯାଇଥିଲା । ଟ୍ରକ୍ ଧକ୍କାରେ ଏପର୍ଯ୍ୟନ୍ତ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଆହତଙ୍କୁ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଛି । ଟ୍ରକ୍ର ବ୍ରେକ୍ ଫେଲ୍ ହେବା ଯୋଗୁଁ ଏହି ଭୟଙ୍କର ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରେ ଦକ୍ଷିଣାଞ୍ଚଳ ଆଇଜି ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଅଧିକ ତଥ୍ୟ ପାଇଁ ପୋଲିସର ତଦନ୍ତ ଜାରି ରହିଛି ।










