ନୂଆଦିଲ୍ଲୀ: ସୋମବାର ପାକିସ୍ତାନରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଏଫପି ରିପୋର୍ଟ ଅନୁଯାୟୀ, ଗିଲଗିଟ-ବାଲ୍ଟିସ୍ତାନର ଚିଲାସରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୫ ଜଣଙ୍କର ମୃତ୍ୟୁ ହୋଇଛି। କୁହାଯାଉଛି ଯେ ଏହା ଏକ ସେନାର MI-17 ହେଲିକପ୍ଟର । ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ।ରିପୋର୍ଟ ଅନୁଯାୟୀ, ଡିଆମର ଜିଲ୍ଲାର ଚିଲାସରେ ଏହି ଦୁର୍ଘଟଣା ଘଟିଛି । MI-17 ହେଲିକପ୍ଟରଟି ନୂତନ ହେଲିପ୍ୟାଡରେ ପରୀକ୍ଷାମୂଳକ ଅବତରଣ କରୁଥିଲା, କିନ୍ତୁ ସେତେବେଳେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ 5 ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ଦୁଇ ପାଇଲଟ ଏବଂ ତିନି ଜଣ ଟେକ୍ନିସିଆନ ଅନ୍ତର୍ଭୁକ୍ତ। ଦୁର୍ଘଟଣା ପରେ ତୁରନ୍ତ ପୋଲିସ ଏବଂ ଅନ୍ୟାନ୍ୟ ଦଳ ତଦନ୍ତ ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ।









