27.1 C
Bhubaneswar
Tuesday, February 24, 2026
Homeଓଡିଶାବଜ୍ରପାତରେ ୫ ମୃତ, ୪ ଗୁରୁତର

ବଜ୍ରପାତରେ ୫ ମୃତ, ୪ ଗୁରୁତର

ଭୁବନେଶ୍ୱର: ସମ୍ପ୍ରତି ରାଜ୍ୟରେ ବର୍ଷା ଓ ଘଡ଼ଘଡ଼ି ଜାରି ରହିଛି। ବୁଧବାର ଅପରାହ୍ଣରେ ବିଭିନ୍ନ ସ୍ଥାନରେ ବଜପାତ ଘଟି ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଢେଙ୍କାନାଳ ଜିଲ୍ଲା ଗୋବିନ୍ଦପୁର ଫାଣ୍ଡି ଅନ୍ତର୍ଗତ ବଳଦିଆବନ୍ଧ ପଲେଇସାହି ପଥର ଖାଦାନରେ କାମ କରୁଥିବା ୨ ଶ୍ରମିକଙ୍କ ମୃତ୍ୟୁ ଘଟିଛି ଏବଂ ୨ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ପରେ କଟକ ଏସ୍‌ସିବିକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି। ମୃତାହତ ଶ୍ରମିକମାନେ ଖୁଣ୍ଟୁଣି ଥାନା ଅନ୍ତର୍ଗତ ମହାଲଷ୍ମୀପୁର ଅଞ୍ଚଳର ବୋଲି ଜଣାପଡ଼ିଛି। ମୃତ ଦୁଇ ଶ୍ରମିକ ହେଲେ ଅନନ୍ତପୁର ଗ୍ରାମର କୃଷ୍ଣଚନ୍ଦ୍ର ଦେହୁରୀଙ୍କ ଦୁଇ ପୁଅ କମଳାକାନ୍ତ ଦେହୁରୀ ଓ ନରେଶ ଦେହୁରୀ। ଏମାନେ ବେଆଇନ ଭାବେ ଚାଲୁଥିବା ଏହି ପଥର ଖାଦାନରୁ କାମ ସାରି ଫେରୁଥିବା ସମୟରେ ବର୍ଷା ହେବାରୁ ୪ଜଣ ଶ୍ରମିକ ଏକ ଗଛମୂଳେ ଆଶ୍ରୟ ନେଇଥିଲା ବେଳେ ସେଠାରେ ବଜ୍ରପାତ ହୋଇଥିଲା। ଗୋବିନ୍ଦପୁର ଫାଣ୍ଡି ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ଓଡ଼ଗାଁ ବ୍ଲକ ଶରଣକୁଳ ଥାନା ଶିଖରପୁର ମଣ୍ଡପ ସାହିର ସୁଦର୍ଶନ ପଲେଇ (୭୦)ଙ୍କର ବଜ୍ରପାତରେ ମୃତ୍ୟୁ ହୋଇଥିବା ବେଳେ ସେହି ଗ୍ରାମର ଶଙ୍କର୍ଷଣ ପରିଡ଼ା(୫୦) ଓ ମଦନ ମୋହନ ପରଡ଼ା (୬୫) ଗୁରୁତର ଅବସ୍ଥାରେ ଶରଣକୁଳ ଡାକ୍ତରଖାନରେ ଚିକିତ୍ସିତ ହେଉଛନ୍ତି। ଏମାନେ ଜମିରେ ତଳି ରୋଇବା ପାଇଁ ଯାଇଥିଲା ବେଳେ ଅପରାହ୍ଣ ୩ଟାରେ ବର୍ଷା ସହ ଘଡ଼ଘଡ଼ି ହୋଇଥିଲା। ସେହିପରି ଓଡ଼ଗାଁ ବ୍ଲକ ଗିରିଡ଼ିପଲ୍ଲୀ ପଞ୍ଚାୟତ ଡହଙ୍ଗି ଗ୍ରାମର ଚାଷୀ ଅପର୍ତ୍ତି ନାୟକ (୭୧) ବିଲକୁ ଯାଇଥିବା ବେଳେ ବଜ୍ରାଘାତ ହେବାରୁ ତାଙ୍କର ମୃତ୍ୟୁ ଘଟିିଛି। ପୁଲିସ ଘଟଣାର ତଦନ୍ତ କରି ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ସେହିପରି ବଜ୍ରପାତରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ କଅଁଳପଡ଼ା ଗ୍ରାମର ସାଗର ବେହେରାଙ୍କ ମୃତ୍ୟୁ ଘଟିଛି। ଧାନ କ୍ଷେତରେ ସେ ତଳି ଉପାଡ଼ୁ ଥିବାବେଳେ ବିଜୁଳି ମାରିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଡେଲାଙ୍ଗ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking