17.1 C
Bhubaneswar
Monday, December 22, 2025
Homeଓଡିଶାନବନିଯୁକ୍ତ ଅନୁଦାନପ୍ରାପ୍ତ ବେସରକାରୀ ସ୍ନାତକୋତ୍ତର ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପାଞ୍ଚ ଦିନିଆ କର୍ମଶାଳା ଉଦଘାଟିତ

ନବନିଯୁକ୍ତ ଅନୁଦାନପ୍ରାପ୍ତ ବେସରକାରୀ ସ୍ନାତକୋତ୍ତର ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପାଞ୍ଚ ଦିନିଆ କର୍ମଶାଳା ଉଦଘାଟିତ

ଭୁବନେଶ୍ବର: ଆଜି ସ୍ଥାନୀୟ ଓଡ଼ିଶା ବୈଷୟିକ ବିଶ୍ବ ବିଦ୍ୟାଳୟ ପରିସରସ୍ଥିତ ଇମେଜ୍ ସଭାଗୃହରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ, ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ର ମିଳିତ ଆନୁକୂଲ୍ୟରେ ନବ ନିଯୁକ୍ତ ଅନୁଦାନପ୍ରାପ୍ତ ବେସରକାରୀ ସ୍ନାତକୋତ୍ତର ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ପାଞ୍ଚ ଦିନିଆ କର୍ମଶାଳା ଉଦଘାଟିତ ହୋଇଯାଇଛି । ଏହି କର୍ମଶାଳା ଆସନ୍ତା ଫେବୃଆରୀ ୭ ତାରିଖ ଯାଏଁ ଚାଲିବ । କର୍ମଶାଳାର ପ୍ରଥମ ପର୍ଯ୍ୟାୟରେ ନବନିଯୁକ୍ତ ଅନୁଦାନପ୍ରାପ୍ତ ବେସରକାରୀ ସ୍ନାତକତ୍ବର ପ୍ରାୟ ୧୦୦ ଜଣ ଶିକ୍ଷକ-ଶିକ୍ଷୟିତ୍ରୀ ଏହି କର୍ମଶାଳାରେ ଭାଗନେଇଛନ୍ତି l

ଉଦଘାଟନୀ ଅଧିବେଶନରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ରଘୁରାମ୍ ଆର୍ ଆୟାର୍ ସମସ୍ତ ଅତିଥି ଏବଂ କର୍ମଶାଳାରେ ଯୋଗଦେଇଥିବା ସମସ୍ତ ଅଂଶଗ୍ରହଣକାରୀ ଏବଂ ନିର୍ଦ୍ଦେଶାଳୟର ସମସ୍ତ ପଦାଧିକାରୀ ଓ କର୍ମଚାରୀମାନଙ୍କୁ ସ୍ଵାଗତ କରିବା ସହ କର୍ମଶାଳାର ଉଦ୍ଦେଶ୍ୟ ଏବଂ ବିଭିନ୍ନ ଅଧିବେଶନ ବିଷୟରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ନିର୍ଦ୍ଦେଶକ ଶ୍ରୀ ଆୟାର୍ ଜାତୀୟ ଶିକ୍ଷାନୀତି ୨୦୨୦ ଅନ୍ତର୍ଗତ ଆବଶ୍ୟକୀୟ ପରିବର୍ତ୍ତନ ସମ୍ପର୍କରେ ଅବଗତ କରାଇବା ସହ ପରୀକ୍ଷା ସମ୍ପର୍କିତ ଦିଗଦର୍ଶନ ଦେଇଥିଲେ । ଏଥିସହିତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରୀକ୍ଷା ସମ୍ପର୍କିତ ଏକ ବିଶେଷ ଅଧିବେଶନ ପରିଚାଳନା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଆଞ୍ଚଳିକ ନିର୍ଦ୍ଦେଶକ, ସମ୍ବଲପୁର ଶ୍ରୀଯୁକ୍ତ ବିକାଶ ଚନ୍ଦ୍ର ପ୍ରଧାନ ଅଂଶଗ୍ରହଣକାରୀମାନଙ୍କୁ ଶିକ୍ଷାଦାନ କ୍ଷେତ୍ରରେ ସେମାନଙ୍କର ଆଚରଣ, ଉଚ୍ଚାରଣ ଏବଂ ପରିଚାଳନା କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ପରାମର୍ଶ ଦେଇଥିଲେ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନସଚିବ ତଥା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଶୁଭଶ୍ରୀ ନନ୍ଦ ଶିକ୍ଷାର ମହତ ଉଦ୍ଦେଶ୍ୟ ପ୍ରତିପାଦନ କରିବା ସହିତ ଅଂଶଗ୍ରହଣକାରୀମାନଙ୍କୁ ନିଷ୍ଠାର ସହିତ ତାଙ୍କର ଗୁରୁ ଦାଇତ୍ୱ ସୁଚାରୁରୂପେ ସମ୍ପାଦନ କରିବା ପାଇଁ ପ୍ରେରଣା ଦେଇଥିଲେ l ସେହିପରି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶିକା ଶ୍ରୀମତୀ ଜୁଲି ମଙ୍ଗରାଜ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଯୁଗ୍ମ ନିର୍ଦ୍ଦେଶିକା ଶ୍ରୀମତୀ ସସ୍ମିତା ମାଳି ଅଧିବେଶନର ପରିଚାଳନା ଦାୟିତ୍ବ ବହନ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking