26.1 C
Bhubaneswar
Wednesday, March 18, 2026
Homeଓଡିଶାସୋଆ ଭେଟେରିନାରି କଲେଜରେ ୫ ଦିନିଆ ତାଲିମ ଶିବିର ଉଦ୍‌ଘାଟିତ

ସୋଆ ଭେଟେରିନାରି କଲେଜରେ ୫ ଦିନିଆ ତାଲିମ ଶିବିର ଉଦ୍‌ଘାଟିତ

ଭୁବନେଶ୍ୱର: ଓଡିଶା ସରକାରଙ୍କ ଅଧିନସ୍ଥ ଭଟେରିନାରୀ ଅଫିସର୍ସ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍ (ଭୋଟି), ମତ୍ସ୍ୟ ଏବଂ ପଶୁ ସମ୍ଫଦ ବିକାଶ ବିଭାଗ ଓ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରି ସାଇନସେସ୍ ଆଣ୍ଡ ଆନିମଲ୍ ହଜ୍‌ବ୍ୟାଣ୍ଡରୀ (ଆଇଭିଏସ୍‌ଏଏଚ୍‌)ର ମିଳିତ ଆନୁକୂଲ୍ୟରେ ମଙ୍ଗଳବାର ଦିନ ଆଇଭିଏସ୍‌ଏଏଚ୍ ପରିସରରେ ଏକ ୫ ଦିନିଆ ଏକ ତାଲିମ ଶିବିର ଉଦ୍‌ଘାଟିତ ହୋଇଯାଇଛି।

ଓଡିଶାର ବିଭିନ୍ନ ଜିଲ୍ଲାରୁ ୨୨ ଜଣ ପ୍ରାଣୀ ଚିକିତ୍ସକ ଓ ବିଶେଷଜ୍ଞମାନଙ୍କୁ ନେଇ ଏହି ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଛି। ଏଥିରେ ପଶୁପକ୍ଷୀମାନଙ୍କ ମଧ୍ୟରେ ଦେଖାଦେଉଥିବା ବିଭିନ୍ନ ପ୍ରକାର ରୋଗ ନିରାକରଣ ଓ ଚିକିତ୍ସା ନିମନ୍ତେ ଅତ୍ୟାଧୁନିକ ଜ୍ଞାନକୌଶଳ ବିଷୟରେ ତାଲିମ ପ୍ରଦାନ କରାଯାଉଛି।
ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଆଇଭିଏସ୍‌ଏଏଚ୍‌ର ଡିନ୍ ୍ ପ୍ରଫେସର (ଡକ୍ଟର) ସୁଶାନ୍ତ କୁମାର ଦାସ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ତାଲିମ ଶିବିରର ମୂଳ ଉଦ୍ଦେଶ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଭେଟେରିନାରି ଅଫିସର୍ସ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍ (ଭୋଟି)ର ଡେପୁଟି ଡାଇରେକ୍ଟର ଡାକ୍ତର ରାଜୀବ ଶର୍ମା ଯୋଗ ଦେଇ କହିଥିଲେ ଯେ ଆସିଷ୍ଟାନ୍‌ସ ଟୁ ଷ୍ଟେଟ୍ସ ଫର କଂଟ୍ରୋଲ ଅଫ୍ ଆନିମଲ୍ ଡିଜିଜେସ୍ (ଆସ୍କାଡ୍‌) ଅଧୀନରେ ଆଧୁନିକ ପଦ୍ଧତିରେ ପ୍ରାଣୀ ରୋଗର ସଠିକ୍ ଚିକିତ୍ସା ଏହି ଉଦ୍ୟମର ମୂଳ ଉଦ୍ଦେଶ୍ୟ। ସୋଆ ଆଇଭିଏସ୍‌ଏଏଚ୍‌ରେ ଥିବା ଅତ୍ୟାଧୁନିକ ଲାବୋରେଟୋରୀ, ପରୀକ୍ଷଣ କେନ୍ଦ୍ର, ଟେଷ୍ଟିଂ ଲାବୋରେଟୋରି ତାଲିମ ନିମନ୍ତେ ସାହାଯ୍ୟ କରିବ ବୋଲି ଡାକ୍ତର ଶର୍ମା କହିଥିଲେ। ଶେଷରେ ଆଇଭିଏସ୍‌ଏଏଚ୍‌ର ମାଇକ୍ରୋବାୟୋଲୋଜି ବିଭାଗର ପ୍ରଫେସର (ଡ.) ତାପସ କୁମାର ଗୋସ୍ୱାମୀ ଧନ୍ୟବାଦ ଅର୍ପଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking