35.1 C
Bhubaneswar
Thursday, March 5, 2026
Homeଓଡିଶାରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ୫ ପ୍ରାର୍ଥୀ

ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ୫ ପ୍ରାର୍ଥୀ

 

ଭୁବନେଶ୍ୱର: ଆଜି ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି  ସଂତୃପ୍ତ ମିଶ୍ର ଓ  ଦତ୍ତେଶ୍ବର ହୋତା ।  ଆଜି ବିଜେଡି ପ୍ରାର୍ଥୀ ଭାବେ ସଂତୃପ୍ତ ମିଶ୍ର ୩ ସେଟର ନାମାଙ୍କନ ଦାଖଲ କରିଥିବାବେଳେ କମନ୍ କ୍ୟାଣ୍ଡେଟ୍ ପ୍ରାର୍ଥୀ ଭାବେ ଦତ୍ତେଶ୍ବର ହୋତା ନାମାଙ୍କନ ଦାଖଲ କରିଥିଲେ ।  ସେହିପରି ଏହି ସମୟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ପିସିସି ସଭାପତି ଭକ୍ତ ଦାସ ମଧ୍ୟ ଉପସ୍ଥିତ ଥିଲେ ।  ଅନ୍ୟପଟେ ବିଜେପି ପ୍ରାର୍ଥୀ ମଧ୍ୟ ନାମାଙ୍କନ ଭରିଛନ୍ତି ।  ରାଜ୍ୟସଭା ନିର୍ଵାଚନ ପାଇଁ ମନମୋହନ ସାମଲ ନାମାଙ୍କନ ଦାଖଲ କରିଥିବାବେଳେ ବିଜେପିର ଦ୍ୱିତୀୟ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି ସୁଜିତ କୁମାର । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପସ୍ଥିତିରେ ନାମାଙ୍କନ ଭରିଛନ୍ତି । ସ୍ୱାଧୀନ ପ୍ରାର୍ଥୀ ଭାବେ ଦିଲ୍ଲୀପ ରାୟ ନାମାଙ୍କନ ଭରିଛନ୍ତି । ସୂଚନା ଥାଉ କି ଚତୁର୍ଥ ଆସନରେ ଦତ୍ତେଶ୍ବର ହୋତା ବନାମ ଦିଲ୍ଲୀପ ରାୟଙ୍କ ମଧ୍ୟରେ ଲଢେଇ ହେବ ।  ବିଜେଡି ଓ କଂଗ୍ରେସର କମନ୍ କ୍ୟାଣ୍ଡେଟ୍ ପ୍ରାର୍ଥୀ ହୋଇଛନ୍ତି ଦତ୍ତେଶ୍ବର । ଅନ୍ୟପଟେ ବିଜେପି ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ହୋଇଛନ୍ତି ଦିଲ୍ଲୀପ ରାୟ ।  ଏହି ନିର୍ବାଚନ ମୋଟାମୋଟି ଭାବେ ରୋଚକ ହେବାକୁ ଯାଉଛି ।  ଆଜିର ରାଜନୀତି ଭିତରେ ବଡ ଦୃଶ୍ୟ ଦେଖିବାକୁ ମିଳିଲା ଯେ ନାମାଙ୍କନ କକ୍ଷରେ ନବୀନ ଭକ୍ତ ଏକାଠି ବସିଛନ୍ତି । ଆଉ ଦତେଶ୍ୱରଙ୍କୁ ସମର୍ଥନ ଦେବେ ବୋଲି ମଧ୍ୟ କୁହାଯାଉଛି ।

ଅନ୍ୟପଟେ ରାଜ୍ୟସଭା ଅଙ୍କକୁ ଦେଖିବାକୁ ଗଲେ, ଦତ୍ତେଶ୍ୱର ହୋତା କମନ କ୍ୟାଣ୍ଡିଡେଟ ହୋଇଛନ୍ତି ବିଜେଡିରୁ ଏବଂ କଂଗ୍ରେସ ମଧ୍ୟ ତାଙ୍କୁ ସମର୍ଥନ କରିଛି । କଂଗ୍ରସର ୧୫ ତା ସହିତ ବିଜେଡିର ବଳକା ଭୋଟ ୧୮ ରହିଛି, ଏହା ମିଶି ୩୩ ରହିଛି । କିନ୍ତୁ ୪ର୍ଥ ଆସନ ପାଇଁ ବିଜେପିକୁ ଦଖଲ କରିବା ପାଇଁ ଯାହା ତାଙ୍କ ପାଖେ ସଂଖ୍ୟା ରହିଛି ୨ଟି ସିଟ ଛାଡି ଆହୁରି ୨୨ଟି ବିଧାୟକ ରହୁଛନ୍ତି। ୨୨ ବିଧାୟକ ପରେ ଆଉ ୮ଟି ଭୋଟର ଆବଶ୍ୟକତା ରହିଛି । ତେଣୁ ଏହି ୮ଟି ଭୋଟ ବିଜେପି କିଭଳି ଆଣିବ , ୪ର୍ଥ ସିଟ ଦଖଲ କରିବା ପାଇଁ କଣ ପ୍ଲାନ କରିବ ବିଜେପି ତାକୁ ନେଇ ଚର୍ଚ୍ଚା । ହେଲେ ବଡ କଥା ହେଉଛି ପିସିସି ସଭାପତି ଭକ୍ତ ଦାସଙ୍କ କହିବା ଅନୁସାରେ ଏହି ରାଜ୍ୟସଭା ନିର୍ବାଚନରେ କଣ କ୍ରସ ଭୋଟିଂ ବା ଘୋଡା ବେପାର ଭଳି ନିର୍ବାଚନ ହେବ କି ତାହା ଏକ ବଡ ପ୍ରଶ୍ନ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking