ମାଲକାନଗିରି: ଚିତ୍ରକୋଣ୍ଡା ଜଳଭଣ୍ଡାରରେଓଲଟିଲା ଡଙ୍ଗା । ଡଙ୍ଗା ଓଲଟି ଜଣଙ୍କ ମୃତ୍ୟୁ ହୋଇଛି । ୩ ଜଣ ଯୁବକ ମାଛ ଧରିବାକୁ ଯାଇଥିଲେ, ସେତିକି ବେଳେ ଦୁର୍ଘଟଣା ଘଟିଥିଲା । ଏହି ଅଘଟଣରେ ଜଣେ ମୃତ୍ୟୁବରଣ କରିଥିବାବେଳେ ୨ ଜଣ ସୁରକ୍ଷିତ ଭାବରେ ଉଦ୍ଧାର ହୋଇଛନ୍ତି । ମୃତକ ଜଣକ ଚିତ୍ରକୋଣ୍ଡା ଥାନା ତାଳପଦର ଗାଁର ବୋଲି ସୂଚନା ମିଳିଛି ।










