16.1 C
Bhubaneswar
Saturday, December 6, 2025
Homeଓଡିଶା୭ ମାସ ସମୁଦ୍ରରେ ମାଛଧରା ନିଷେଧ

୭ ମାସ ସମୁଦ୍ରରେ ମାଛଧରା ନିଷେଧ

ପାରାଦୀପ: ଆଜିଠୁ ମେ ୩୧ ଯାଏଁ ସମୁଦ୍ରରେ ମାଛ ଧରିବା ଉପରେ କଟକଣା କରାଯାଇଛି । ବିରଳ ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ୭ ମାସ ସରକାରୀ କଟକଣା କରାଯାଇଛି । ଋଷିକୂଲ୍ୟା, ଧାମରା ଓ ଦେବୀ ନଦୀ ମୁହାଣରେ ମଧ୍ୟ ମାଛଧରା ପାଇଁ ନିଷେଧ ହୋଇଛି । କଇଁଛଙ୍କ ମିଳନ ସ୍ଥଳ ଓ ଅଣ୍ଡାଦାନ ଅଞ୍ଚଳରେ କଟକଣା କଡାକଡି କରାଯାଇଛି । ଯନ୍ତ୍ରଚାଳିତ ବୋଟ ଚଳାଚଳ ବନ୍ଦ ରହିଛି । କୌଣସି ନିୟମ ଓ ଆଇନ ଭାଙ୍ଗିଲେ ଜେଲ ଓ ଜରିନାମା ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମାଛଧରା ନିଷେଧ ଅଞ୍ଚଳରେ ଟ୍ରଲର ନିୟମ ଭଙ୍ଗ କଲେ ଟ୍ରଲର ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ନିୟମଭଙ୍ଗକାରୀଙ୍କ ଲାଇସେନ୍ସ ବାତିଲ କରାଯିବ ବୋଲି ଅସ୍ତରଙ୍ଗ ସହକାରୀ ମତ୍ସ୍ୟ ଅଧିକାରୀ କହିଛନ୍ତି । କଇଁଛଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ଅସ୍ତରଙ୍ଗ ବନବିଭାଗ ତରଫରୁ ହାଚେରୀ କରାଯାଇଛି।ଗଙ୍ଗାଦେବୀ, ଦେବୀନାସି, ଡ଼ାଳୁଅକଣି, ଜାହାନିଆ ,କୂଅରପୁର ଓ ଚନ୍ଦ୍ରଭାଗାରେ ହାଚେରୀ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking