32.1 C
Bhubaneswar
Sunday, June 1, 2025
Homeଓଡିଶାଭିଜିଲାନ୍ସ ଜାଲରେ ସହକାରୀ ମତ୍ସ୍ୟ ଅଧିକାରୀ

ଭିଜିଲାନ୍ସ ଜାଲରେ ସହକାରୀ ମତ୍ସ୍ୟ ଅଧିକାରୀ

ସୁବର୍ଣ୍ଣପୁର: ୩୦ ହଜାର ଲାଞ୍ଚ ନେବାବେଳେ ଧରାପଡିଲେ ସହକାରୀ ମତ୍ସ୍ୟ ଅଧିକାରୀ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରର ସହକାରୀ ମତ୍ସ୍ୟ ଅଧିକାରୀ ବିଭୂତି ଭୂଷଣ ପ୍ରଧାନ, ବାବୁଲାଲ ବାରିକ ଭିଜିଲାନ୍ସ ହାତରେ ଧରାପଡିଛନ୍ତିି । ସବସିଡ ରିଲିଜ କରିବାକୁ ଏସଏଚଜି ମହିଳାଙ୍କ ଠାରୁ ଲାଞ୍ଚ ନେଇ ଧରାପଡିଲେ । ପୂର୍ୱରୁ ବିଭୂତି ଭୂଷଣ ପ୍ରଧାନ , ବାବୁଲାଲ ବାରିକ  ସବସିଡ ପ୍ରଦାନ କରିବା ପାଇଁ ଏସଏଚଜି ମହିଳାଙ୍କୁ ୪୫,୦୦୦ ଟଙ୍କା ଦାବି କରିଥିଲେ । ହେଲେ ସେମାନେ ୩୦ ହଜାର ଟଙ୍କା ଲାଞ୍ଚ ଦେଇଥିଲେ । ପରେ ଅଭିଯୋଗ କାରୀ ଭିଜିଲାନ୍ସ ଅଧିକାରୀଙ୍କୁ ମାମଲା ବିଷୟରେ ଜଣାଇଥିଲେ । ଭିଜିଲାନ୍ସ ଟିମ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ମାମଲା ଆଧାରରେ ଆଜି ବିଭୂତି ଭୂଷଣ ପ୍ରଧାନ, ଏଏଫଓ ବାବୁଲାଲଙ୍କୁ  ଗିରଫ କରିବା ସହ ସେମାନଙ୍କ ଠାରୁ ୩୦ ହଜାର ଟଙ୍କା ଜବତ କରିଛନ୍ତି । ଅଧିକ ପଚରାଉଚରା କରିବା ପାଇଁ ଉଭୟ ଅଭିଯୁକ୍ତଙ୍କୁ ସୋନପୁର ମତ୍ସ୍ୟ କାର୍ଯ୍ୟାଳୟରେ ଅଟକ ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking