20.1 C
Bhubaneswar
Sunday, February 15, 2026
Homeଦେଶ ବିଦେଶତିରୁପତି ମନ୍ଦିର ଲଡ଼ୁରେ ମାଛ ତେଲ ଓ ଗୋ-ଚର୍ବି; ରିପୋର୍ଟ ମାଗିଲା କେନ୍ଦ୍ର

ତିରୁପତି ମନ୍ଦିର ଲଡ଼ୁରେ ମାଛ ତେଲ ଓ ଗୋ-ଚର୍ବି; ରିପୋର୍ଟ ମାଗିଲା କେନ୍ଦ୍ର

ହାଇଦ୍ରାବଦ୍‌: ତିରୁପତି ମନ୍ଦିର ଲଡ଼ୁରେ ପଶୁ ଚର୍ବି ଏବଂ ମାଛ ତେଲ ମିଶ୍ରଣ ଘଟଣାର ରିପୋର୍ଟ ମାଗିଛି କେନ୍ଦ୍ର। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ସମ୍ପୂର୍ଣ୍ଣ ରିପୋର୍ଟ ଦେବାକୁ କହିଛନ୍ତି।

ସେପଟେ ଖାଦ୍ୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ପୁଙ୍ଖାନୁପୁଙ୍ଖ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଯେଉଁ ଅଭିଯୋଗ ଆଣିଛିନ୍ତି, ତାହା ଗୁରୁତର ପ୍ରସଙ୍କ। ଏ ଉପରେ ବିସ୍ତୃତ ତଦନ୍ତ ଆବଶ୍ୟକ ଏବଂ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ ବୋଲି ସେ କହିଛନ୍ତି।

ପ୍ରକାଶ ଥାଉକି, ନିକଟରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଅଭିଯୋଗ ଆଣିଥିଲେ ଯେ, ପୂର୍ବର ୱାଇଏସ ଜଗନ ମୋହନ ରେଡ୍ଡିଙ୍କ ୱାଇଏସଆର କଂଗ୍ରେସ କ୍ଷମତାରେ ଥିବାବେଳେ ତିରୁପତି ବାଲାଜୀ ମନ୍ଦିରରେ ନିର୍ମିତ ହେଉଥିବା ପ୍ରସାଦ ଲଡ଼ୁରେ ନିମ୍ନ ମାନର ତେଲ ମିଶ୍ରଣ ହେଉଥିଲା। ଏବେ ମଧ୍ୟ ସେପରି ପ୍ରକ୍ରିୟା ଚାଲିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking