ମୟୁରଭଞ୍ଜ: କୁଳିଅଣା ବ୍ଲକ କୁଳିଅଣା ଠାରେ ପ୍ରାଣୀ ଚିକିତ୍ସାଳୟ ପରିସରରେ ପଶୁ ଚିକିତ୍ସାଳୟ ଓ ମତ୍ସ୍ୟ ବିଭାଗର ମିଳିତ ଉଦ୍ୟମରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା -୨୦୨୫ ଅନୁଷ୍ଠିତ ହୋଇଯାଇଛି ! ଏଥିରେ ମୁଖ୍ୟଅତିଥି ଭାବେ ବାଙ୍ଗିରିପୋଷି ବିଧାୟିକା ସୁଶ୍ରୀ ସଞ୍ଜଳୀ ମୁର୍ମୁ , ମୁଖ୍ୟବକ୍ତା ଭାବେ ଜିଲ୍ଲା ପଶୁଚିକିତ୍ସା ଅଧିକାରୀ ଡ଼ଃ ଦୀପକ ପରିଡା, ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷା ଅନିମା ସାହୁ, କୁଳିଅଣା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜିତେନ୍ଦ୍ର ମୁର୍ମୁ , ୮ ଓ ୯ ନମ୍ବରର ଜିଲ୍ଲା ପରିଷଦ ସଦସ୍ୟ, ସଦସ୍ୟ, ଦୁର୍ଗା ଚରଣ ମାରାଣ୍ଡି, ଆନନ୍ଦ ଚନ୍ଦ୍ର ଟୁଡୁ , ସହକାରୀ ମତ୍ସ୍ୟ ଅଧିକାରି ସଞ୍ଜୟ ଦାସ , କୁଳିଅଣା ପଶୁ ଚିକିତ୍ସା ଅଧିକାରୀ ବିଜ୍ଞାନ ମୋହନ ପୁଥାଳ ଉପସ୍ଥିତ ଥିଲେ ।ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରାଣୀ ପାଳକ ଓ ମତ୍ସ୍ୟ ଚାଷୀମାନଙ୍କୁ ସେମାନଙ୍କ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସମ୍ମାନିତ କରାଗଲା । ଶେଷରେ ପାଲା ମାଧ୍ୟମରେ କାର୍ଯ୍ୟକ୍ରମ ସଫଳତାର ସହ ଶେଷ ହେଲା ।










