19.1 C
Bhubaneswar
Friday, February 13, 2026
Homeଓଡିଶାମତ୍ସ୍ୟ-ପ୍ରାଣୀ ସମାବେଶ ୨୦୨୫ : ଆକର୍ଷଣର କେନ୍ଦ୍ର ଲଢୁଆ ଗଞ୍ଜା ‘ହାଁସଲି’

ମତ୍ସ୍ୟ-ପ୍ରାଣୀ ସମାବେଶ ୨୦୨୫ : ଆକର୍ଷଣର କେନ୍ଦ୍ର ଲଢୁଆ ଗଞ୍ଜା ‘ହାଁସଲି’

ଭୁବନେଶ୍ୱର: ଲଢୁଆ ଗଞ୍ଜା ‘ହାଁସଲି’ ମତ୍ସ୍ୟ-ପ୍ରାଣୀ ସମାବେଶର ଅନ୍ୟତମ ଆକର୍ଷଣ ସାଜିଛି । ସମାବେଶର ପ୍ରାଣୀ ପ୍ରଦର୍ଶନୀ ଲାଇଭ୍ ଡେମନଷ୍ଟ୍ରେସନ୍ ପାଭିଲିୟନରେ ମୟୂରଭଞ୍ଜ ଜିଲ୍ଲାର ‘ହାଁସଲି’ କୁକୁଡ଼ାକୁ ଓଡ଼ିଶାର ଗର୍ବ ଭାବରେ ସ୍ଥାନିତ କରାଯାଇଛି । ନ୍ୟାସନାଲ୍ ବ୍ୟୁରୋ ଅଫ୍ ଆନିମଲ୍ ଜେନେଟିକ୍ ରିସୋର୍ସ ଦ୍ଵାରା ସ୍ଵୀକୃତିପ୍ରାପ୍ତ ତାଲିକାରେ ଏହି ଦେଶୀ କୁକୁଡ଼ା ପ୍ରଜାତି ସ୍ଥାନ ପାଇଛି ।

ଓଡ଼ିଶାର ବିଭିନ୍ନ ପର୍ବ-ପର୍ବାଣୀ ପାଳନ ଓ ସାପ୍ତାହିକ ହାଟ ଆୟୋଜନ ବେଳେ ପାରମ୍ପରିକ ଗଞ୍ଜା ଲଢେଇ ଆୟୋଜିତ ହୋଇଥାଏ । କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଗଞ୍ଜାକୁକୁଡ଼ା ଲଢେଇରେ ‘ହାଁସଲି’ ପ୍ରଜାତି କୁକୁଡ଼ା ଭାଗ ନେଇଥାନ୍ତି । ଏହି ପ୍ରଜାତିର ମାଈ କୁକୁଡ଼ା ବାର୍ଷିକ ୬୦-୭୦ ଗୋଟି ଅଣ୍ଡା ପ୍ରଦାନ କରିଥାନ୍ତି । ଅଣ୍ଡିରା କୁକୁଡ଼ାର ଓଜନ ୨.୫-୩.୮ କି.ଗ୍ରା ଥିବା ବେଳେ ମାଈ କୁକୁଡ଼ାର ଓଜନ ୧.୭-୨.୫ କି.ଗ୍ରା ।

ମତ୍ସ୍ୟ-ପ୍ରାଣୀ ସମାବେଶରେ ବିଭିନ୍ନ ପ୍ରଜାତିର କୁକୁଡ଼ାଙ୍କୁ ପ୍ରଦର୍ଶିତ କରାଯାଇଛି । ଜଗତସିଂହପୁରର ବର୍ଣ୍ଣାଳୀ କଲର୍ ବ୍ରଏଲର୍, ଓଡ଼ିଶାର କଳିଙ୍ଗ ଦେଶୀ, ବନରାଜ, କାବେରୀ କୁକୁଡ଼ା, ଗିନି ପକ୍ଷୀ, ଚୀନର ସିଲ୍କି ବାର୍ଡ଼, ମଧ୍ୟପ୍ରଦେଶର କଡ଼କନାଥ, ଜର୍ମାନୀର ଡାହଲେମ ରେଡ଼, ଇଟାଲୀର ହ୍ଵାଇଟ୍ ଲେଗହର୍ଣ୍ଣ କୁକୁଡ଼ା ଆଦିକୁ ଲାଇଭ୍ ଡେମନଷ୍ଟ୍ରେସନ୍ ପାଭିଲିୟିନ୍ ରେ ସ୍ଥାନିତ କରାଯାଇଛି । ସୂଚନାଯୋଗ୍ୟ, ଘର ଅଗଣାରେ କୁକୁଡ଼ା ପାଳନ ପାଇଁ ରାଜ୍ୟ ସରକାର ଚାଷୀଙ୍କୁ ଶତପ୍ରତିଶତ ସହାୟତା ପ୍ରଦାନ କରୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking