21.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶପ୍ରଥମେ ମହିଳାଙ୍କୁ ବ୍ଲାକମେଲିଂ : ତା’ପରେ ହତ୍ୟା

ପ୍ରଥମେ ମହିଳାଙ୍କୁ ବ୍ଲାକମେଲିଂ : ତା’ପରେ ହତ୍ୟା

ନୂଆଦିଲ୍ଲୀ : ହରିୟାଣାର ରୋହତକରେ ଜଣେ କଂଗ୍ରେସ ନେତ୍ରୀଙ୍କୁ ହତ୍ୟାକରି ମୃତଦେହକୁ ସୁଟକେସରେ ଫିଙ୍ଗିଦିଆଯାଇଛି । ଏନେଇ ହିମାନୀଙ୍କ ମାଆ ପୋଲିସ ପାଖରେ ଅଭିଯୋଗ କରିଛନ୍ତି । ପୋଲିସ ଏ ସମ୍ପର୍କରେ ସୂଚନା ପାଇ ଅଭିଯୁକ୍ତକୁ ଗିରଫ କରିଛି । ହରିୟାଣାର ରୋହତକରେ ଜଣେ କଂଗ୍ରେସ ନେତ୍ରୀଙ୍କୁ ହତ୍ୟାକରି ମୃତଦେହକୁ ସୁଟକେସରେ ଫିଙ୍ଗିଦିଆଯାଇଛି ମୃତା ହେଉଛନ୍ତି ହିମାନୀ ନରୱାଲ । ହିମାନୀଙ୍କୁ ତାଙ୍କର ନିଜ ଘରେ ହତ୍ୟା କରାଯାଇଥିଲା । ହତ୍ୟାକାରୀ ଜଣଙ୍କ ବାହାଦୁର ଗଡର ବାସିନ୍ଦା । ହିମାନୀଙ୍କ ସହିତ ସମ୍ପର୍କରେ ରହୁଥିଲା । ସୂଚନା ଅନୁସାରେ ଅଭିଯୁକ୍ତ ଜଣଙ୍କ ହିମାନୀଙ୍କୁ ବ୍ଲାକମେଲ କରି ଲକ୍ଷ ଲକ୍ଷ ଟଙ୍କା ମାଗୁଥିଲେ । ପୋଲିସ ଅଭିଯୁକ୍ତକୁ ଗିରଫ କରି ମୋବାଇଲ ଜବତ କରିଛି । ଆହୁରି କହିଛନ୍ତି ଅଭିଯୁକ୍ତକୁ ଧରି ପଚରାଉଚରା କରିବା ସହ ମାମଲାର ତଦନ୍ତ ଚାଲିଛି । ତଦନ୍ତ ପରେ ହତ୍ୟାର ପଛର କାରଣ କଣ ତାହା ଜଣାପଡିବ । ତେବେ ହିମାନୀ କଂଗ୍ରେସ ସହିତ ୧୦ ବର୍ଷ ଧରି ଜଡିତ ଥିଲେ । ହିମାନୀଙ୍କ ମୃତ୍ୟୁକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking