17.1 C
Bhubaneswar
Monday, February 2, 2026
Homeଦେଶ ବିଦେଶପ୍ରଥମେ ଚର୍ବି, ଏବେ ତିରୁପତି ମନ୍ଦିର ପ୍ରସାଦରୁ ବାହାରିଲା ପୋକ

ପ୍ରଥମେ ଚର୍ବି, ଏବେ ତିରୁପତି ମନ୍ଦିର ପ୍ରସାଦରୁ ବାହାରିଲା ପୋକ

ତିରୁପତି : ତିରୁପତି ତିରୁମାଲା ମନ୍ଦିରର ପ୍ରସାଦକୁ ନେଇ ଥମୁନି ବିବାଦ। ତିରୁପତି ମନ୍ଦିର ପ୍ରସାଦରେ ପଶୁଚର୍ବି ମିଶିଥିବା ବିବାଦ ଥମିନଥିବା ବେଳେ ଏବେ ଏହାରି ଭିତରେ ଜଣେ ଭକ୍ତ ଦାବି କରିଛନ୍ତି ଯେ ଏବେ ଆନ୍ଧ୍ରପ୍ରଦେଶର ତିରୁମାଲା ଶ୍ରୀ ଭେଙ୍କେଟାଶ୍ବର ସ୍ବାମୀ ବାଲାଜୀ ମନ୍ଦିର ପ୍ରସାଦରେ ତାଙ୍କୁ ପୋକ ମିଳିଛି । ତେବେ ଖାଲି ସେତିକି ନୁହେଁ ଏନେଇ ଯେତେବେଳେ ସେମାନେ ମନ୍ଦିର ସଦସ୍ୟଙ୍କୁ ଅବଗତ କରାଇଥିଲେ ସେମାନେ କାଳେ ତାଙ୍କୁ, ‘ଏମିତି ବେଳେ ବେଳେ ହୋଇଯାଏ’ ବୋଲି କହିଥିଲେ ବୋଲି ଅଭିଯୋଗ କରିଛନ୍ତି ଭକ୍ତ ଜଣଙ୍କ । ତେବେ ଏଭଳି ଅଭିଯୋଗକୁ ମନ୍ଦିର ପରିଚାଳନା ଦାୟିତ୍ବରେ ଥିବା ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) ଖଣ୍ଡନ କରିଦେଇଛି । ତେବେ ଗତ ୨ ତାରିଖରେ ପାଖାପାଖି ଅପରାହ୍ଣ ବେଳେ ଏଭଳି ଘଟଣା ଘଟିଥିବା ଅଭିଯୋଗ ଯୋଇଛି । ଚନ୍ଦୁ ନାମକ ଜଣେ ଭକ୍ତ କହିଛନ୍ତି, ମୁଁ ଦର୍ଶନ କରିବାକୁ ଯାଇଥିବା ବେଳେ ମଧ୍ୟାହ୍ନରେ ପ୍ରସାଦ ଖାଇବାକୁ ଯାଇଥିଲି । ପ୍ରସାଦ ଖାଇବା ବେଳେ ମୋତେ ଦହିଭାତରେ ଏକ ପୋକ ପଡିଥିବାର ନଜର ଆସିଥିଲା । ଯେବେ ମୁଁ ଏହି ପ୍ରସଙ୍ଗ ନେଇ ମନ୍ଦିର ସଦସ୍ୟଙ୍କୁ ଜଣାଇଲି, ସେମାନେ ଏଭଳି ବେଳେ ହୋଇଯାଏ ବୋଲି କହିଥିଲେ । ଏଥିସହିତ ସେ ଖାଇବାର ଫଟୋ ଏବଂ ଭିଡିଓ ମଧ୍‌ୟ ନେଇଛନ୍ତି ବୋଲି କହିଥିଲେ । ଯାହା ମନ୍ଦିର କର୍ତ୍ତୃପକ୍ଷଙ୍କୁ ଦେଖାଇବା ପରେ ସେମାନେ ସଫେଇ ଦେଇ କହିଥିଲେ ଯେ ଏହା ଖାଇବା ପତ୍ରରୁ ହିଁ ଆସିଛି । ଏଥିସହିତ ଭକ୍ତ ଜଣଙ୍କ କହିଛନ୍ତି, ମନ୍ଦିରର ଏଭଳି ବେପରୁଆ ବ୍ୟବହାର ଗ୍ରହଣଯୋଗ୍ୟ ନୁହେଁ । ଏହାକୁ ଯଦି କୌଣସିଶିଶୁ କିମ୍ବା ଅନ୍ୟ କେହି ଖାଇଥାନ୍ତା ତାହାଲେ ଏଭଳି ପରିସ୍ଥିତି ପାଇଁ କିଏ ଦାୟୀ ହେବ ବୋଲି ପ୍ରଶ୍ନ କରିଛନ୍ତି ଭକ୍ତ ଜଣଙ୍କ । ଖାଲି ସେତିକି ନୁହେଁ ମନ୍ଦିର କର୍ତ୍ତ୍ୟପକ୍ଷ ତାଙ୍କୁ ଡରାଇଥିବା ଓ ଧମାକାଇଥଇବା ମଧ୍ୟ ଅଭିଯୋଗ କରିଛନ୍ତି ଭକ୍ତ । ଯାହା ଏବେ ମନ୍ଦିର ପ୍ରସାଦ ବିବାଦକୁ ଆହୁରି ତେଜିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking