– ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୯ରୁ ଆରମ୍ଭ ହୋଇ ଏପ୍ରିଲ୍ ୮ରେ ଶେଷ ହେବ
– ମାର୍ଚ୍ଚ ୩୧ରେ ୨୦୨୬-୨୭ ଆର୍ଥିକ ବର୍ଷର ଆପ୍ରୋସିଏସନ୍ ବିଲ୍
ଭୁବନେଶ୍ୱର: ସପ୍ତଦଶ ବିଧାନସଭାର ଷଷ୍ଠ ତଥା ଗୁରୁତ୍ୱପୂର୍ଣ୍ଣ ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଛି। ଫେବ୍ରୁଆରୀ ୨୫ରୁ ମାର୍ଚ୍ଚ ୮ ମଧ୍ୟରେ ଗୃହକୁ ମୁଲତବୀ କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ। ଏହାରି ମଧ୍ୟରେ ବିଭିନ୍ନ ବିଭାଗର ଷ୍ଟାଣ୍ଡିଂ କମିଟି ରିପୋର୍ଟ ପ୍ରସ୍ତୁତ ହେବ। ପୁଣି ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୯ରୁ ଆରମ୍ଭ ହୋଇ ଏପ୍ରିଲ ୮ରେ ଶେଷ ହେବ। ମାର୍ଚ୍ଚ ୯ରେ ଗୃହରେ ବିଭିନ୍ନ ଷ୍ଟାଣ୍ଡିଂ କମିଟି ରିପୋର୍ଟ ଉପସ୍ଥାପନ ହେବ। ମାର୍ଚ୍ଚ ୧୦ରୁ ମାର୍ଚ୍ଚ ୨୬ ଯାଏ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଖର୍ଚ୍ଚଦାବୀ ଉପସ୍ଥାପନ ହେବ। ମାର୍ଚ୍ଚ ୩୦ରେ ବଜେଟ୍ ଅନୁମୋଦନ ପାଇଁ ଗୃହର ଅନୁମତି ଲୋଡ଼ିବେ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମାର୍ଚ୍ଚ ୩୧ରେ ପୂର୍ଣ୍ଣାଙ୍ଗ ବଜେଟ୍ ୨୦୨୬-୨୭ ଆର୍ଥିକ ବର୍ଷର ଆପ୍ରେସିଏସନ ବିଲ୍ ଆଗତ ହୋଇ ସେଇଦିନ ପାରିତ ହେବ। ଉଲ୍ଲେଖନୀୟ ଯେ, ଫେବ୍ରୁଆରୀ ୧୭ରୁ ଆରମ୍ଭ ହୋଇଥିଲା ବଜେଟ୍ ଅଧିବେସନ। ଫେବ୍ରୁଆରୀ ୨୦ରେ ଅର୍ଥମନ୍ତ୍ରୀ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଗତ କରିଥିଲେ ଆର୍ଥିକ ବର୍ଷ୨୦୨୬-୨୭ ପାଇଁ ରାଜ୍ୟର ପୂର୍ଣ୍ଣାଙ୍ଗ ବଜେଟ୍। ତେଣୁ ସୁରକ୍ଷାକୁ ତ୍ରିସ୍ତରୀୟ କରିବା ସହ କଡ଼ାକଡ଼ି କରାଯାଇଥିଲା।










