25.1 C
Bhubaneswar
Thursday, March 5, 2026
Homeଓଡିଶାଆଜି ଆସିବ +୩ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା

ଆଜି ଆସିବ +୩ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା

ଭୁବନେଶ୍ୱର : ମଙ୍ଗଳବାର ପ୍ରକାଶ ପାଇବ +୩ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା। ୨୫ ତାରିଖ ଅପରାହ୍ଣ ୪ ଟା ବେଳେ ସାମ୍‌‌ସ ୱେବସାଇଟ୍‌‌ www.samsodisha.gov.in ରେ ଉପଲବ୍‌‌ଧ ହେବ। ମେଧା ତାଲିକାରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀମାନେ ୨୬ରୁ ୨୯ ତାରିଖ ମଧ୍ୟରେ ନାମଲେଖାଇ ପାରିବେ। ଚୟନ ହୋଇଥିବା ଉଚ୍ଚ ଶିକ୍ଷାନୁଷ୍ଠାନ ଓ ବିଷୟରେ ପଢ଼଼ିବାକୁ ଆଗ୍ରହୀ ଥିଲେ ଫ୍ରିଜ୍‌‌ ଅପସନ୍‌‌ ଦେବେ। ଅନ୍ୟଥା ସ୍ଲାଇଡ୍‌‌ ଅପସନ୍‌‌ ଦେଇ ଅନ୍ୟ ଶିକ୍ଷାନୁଷ୍ଠାନ ପାଇଁ ପୁନଃ ନାମଲେଖା ପ୍ରକ୍ରିୟାରେ ସାମିଲ ହୋଇପାରିବେ। ଫ୍ରିଜ୍‌‌ ବା ସ୍ଲାଇଡ୍‌‌ ଅପସନ୍‌‌ ଦେଇସାରିବା ପରେ ଛାତ୍ରଛାତ୍ରୀମାନେ ଆବଶ୍ୟକ ଫି’ ପୈଠ କରିବେ। ସେହିପରି ଦ୍ୱିତୀୟ ପର୍ୟ୍ୟାୟ ମେଧା ତାଲିକା ଜୁଲାଇ ୫ ତାରିଖରେ ପ୍ରକାଶ ପାଇବାକୁ ଥିବାବେଳେ ଯୋଗ୍ୟ ଛାତ୍ରଛାତ୍ରୀ ଜୁଲାଇ ୬ରୁ ୯ତାରିଖ ମଧ୍ୟରେ ନାମ ଲେଖାଇପାରିବେ। ଜୁଲାଇ ୧୫ ତାରିଖରେ ତୃତୀୟ ପର୍ୟ୍ୟାୟ ମେଧା ତାଲିକା ପ୍ରକାଶ ପାଇବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking