21.1 C
Bhubaneswar
Saturday, December 6, 2025
Homeଓଡିଶାଯୁବ ସଂଯୋଗ କମିଟିର ପ୍ରଥମ ବୈଠକ

ଯୁବ ସଂଯୋଗ କମିଟିର ପ୍ରଥମ ବୈଠକ

ଭୁବନେଶ୍ୱର: ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶରେ ନୂତନ ଭାବେ ଗଠିତ ହୋଇଥିବା “ଯୁବ ସଂଯୋଗ” କମିଟିର ପ୍ରଥମ ବୈଠକ ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ କମିଟିର ସଂଯୋଜକ ନଳିନୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଦଳକୁ ତୃଣମୂଳ ସ୍ତରରେ ସୁଦୃଢ଼ କରିବାପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହୋଇଥିଲା । ମୁଖ୍ୟତଃ ଯେଉଁମାନେ ନିଷ୍କ୍ରିୟ ହୋଇଛନ୍ତି କିମ୍ବା ସୁଯୋଗ ପାଇନାହାନ୍ତି ଏବଂ ଯେଉଁମାନେ କଂଗ୍ରେସ ସଂଗଠନରୁ ଦୂରେଇ ରହିଛନ୍ତି ଓ ଅନ୍ୟଦଳରେ ଯୋଗଦେଇଛନ୍ତି ସେମାନଙ୍କୁ ସଚେତନ କରାଇ ପୁର୍ନବାର ଦଳରେ ସାମିଲ କରାଇ ଶ୍ରୀ ଭକ୍ତ ଚରଣ ଦାସଙ୍କ ହାତମୁଠାକୁ ଟାଣ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଭୋଟ ଚୋରୀ ପ୍ରସଙ୍ଗରେ ସାରା ଭାରତବର୍ଷରେ ଆଲୋଡନ ସୃଷ୍ଟି କରିଥିବା ବିରୋଧି ଦଳ ନେତା ରାହୁଲ ଗାନ୍ଧୀଙ୍କ ବାର୍ତ୍ତାକୁ ସାଧାରଣ ଜନତାଙ୍କ ପାଖରେ ପହଞ୍ଚାଇବା ଯୁବ ସଂଯୋଗ କମିଟି ସବୁ ପ୍ରକାର ପୟାସ କରିବ । ଆଗାମୀ ସପ୍ତାହରେ କମିଟିର ପ୍ରଥମ ଗସ୍ତ ଅନୁଗୁଳ, ଢ଼େଙ୍କାନାଳ ଓ ଦେବଗଡ଼ ଜିଲ୍ଲା ଗସ୍ତକରି ନିଷ୍କ୍ରିୟ ହୋଇଥିବା ବହୁ କର୍ମକର୍ତ୍ତାମାନଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି । ଆଜିର ଏହି ବୈଠକରେ ଅଧ୍ୟକ୍ଷ ନଳିନୀକାନ୍ତ ମହାନ୍ତି ସମେତ ବିଶ୍ୱଭୂଷଣ ଦାସ, ତୋଫାନ ଷଡ଼ଙ୍ଗୀ, ବିପ୍ଳବ ଚୌଧୁରୀ, ପ୍ରତାପ କୁମାର ପ୍ରଧାନ, ଅମିତା ବିଶ୍ୱାଳ, ମନୋଜ ଦେହୁରୀ ଓ ସୁନିଲ ପ୍ରଧାନ ପ୍ରମୁଖ କମିଟିର ସଭ୍ୟବୃନ୍ଦ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking