33.1 C
Bhubaneswar
Wednesday, October 16, 2024
Homeଓଡିଶାଦ୍ୱିତୀୟ ପର୍ଯ୍ୟାୟ ହିତାଧିକାରୀଙ୍କୁ ପ୍ରଥମ କିସ୍ତି; ‘ସୁଭଦ୍ରା’ ଟଙ୍କା ପାଇବେ ୩୫ ଲକ୍ଷ ମହିଳା

ଦ୍ୱିତୀୟ ପର୍ଯ୍ୟାୟ ହିତାଧିକାରୀଙ୍କୁ ପ୍ରଥମ କିସ୍ତି; ‘ସୁଭଦ୍ରା’ ଟଙ୍କା ପାଇବେ ୩୫ ଲକ୍ଷ ମହିଳା

ଭୁବନେଶ୍ୱର : ଆଜି ଦିନ ୧୨ଟା ପୂର୍ବରୁ ଦ୍ୱିତୀୟ ପର୍ଯ୍ୟାୟ ହିତାଧିକାରୀଙ୍କୁ ଆସିବ ପ୍ରଥମ ‘ସୁଭଦ୍ରା’ କିସ୍ତି । ଏନ୍‌ସିପିଆଇ କ୍ଲିୟରାନ୍ସ ଥିବା ୩୫ ଲକ୍ଷରୁ ଅଧିକ ମହିଳା ଏହି ସୁବିଧା ପାଇବେ ।
ମଙ୍ଗଳବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ କହିଛନ୍ତି,  ପୂର୍ବରୁ ପ୍ରଥମ ପର୍ଯ୍ୟାୟ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ସୁଭଦ୍ରା ଟଙ୍କା ମିଳିସାରିଛି । ଏବେ ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟ ଚୂଡ଼ାନ୍ତ ହୋଇଛି । ବର୍ତ୍ତମାନ ସୁଦ୍ଧା ୧ କୋଟିରୁ ଅଧିକ ମହିଳା ହିତାଧିକାରୀ ‘ସୁଭଦ୍ରା’ ଯୋଜନାରେ ସାମିଲ ହେବା ଲାଗି ଆବେଦନ କରିସାରିଲେଣି । ବୁଧବାର ୧୨ଟା ସୁ୍‌ଦ୍ଧା ଉପଯୁକ୍ତ ହିତାଧିକାରୀଙ୍କୁ ଡିବିଟି ଜରିଆରେ ଟଙ୍କା ମିଳିବ ।
ଉଲ୍ଲେଖନୀୟ ଯେ, ସୁଭଦ୍ରା ଯୋଜନା ଆର୍ôଥକ ବର୍ଷ ୨୦୨୪-୨୫ରୁ ଆରମ୍ଭ ହୋଇ ୨୦୨୮-୨୯ ଆର୍ôଥକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ । ଏଥିପାଇଁ ୫୫,୮୨୫ କୋଟି ଟଙ୍କାର ବଜେଟ୍ ଧାର୍ଯ୍ୟ ହୋଇଛି । ସୁଭଦ୍ରା ଯୋଜନା ରାଜ୍ୟର ୧ କୋଟିରୁ ଅଧିକ ମହିଳାମାନଙ୍କର ଜୀବନରେ ପରିବର୍ତ୍ତନ ଆଣିଛି । ଏଥିରେ ରାଜ୍ୟର ୨୧ ବର୍ଷ କିମ୍ବା ତଦୁର୍ଦ୍ଧ୍ୱ ଓ ୬୦ ବର୍ଷରୁ କମ୍ ସମସ୍ତ ଯୋଗ୍ୟ ମହିଳାମାନଙ୍କୁ ସାମିଲ କରାଯାଇଛି । ଉକ୍ତ ଯୋଜନାର ସେପ୍ଟେମ୍ବର ୧୭ରେ ଶୁଭାରମ୍ଭ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସି ପ୍ରାୟ ୫ ଲକ୍ଷ ମହିଳାଙ୍କ ଉପସ୍ଥିତରେ  ଏହି ଯୋଜନା କାର୍ଯ୍ୟକାରୀ କରିଥିଲେ । ପ୍ରତିବର୍ଷ ସମସ୍ତ ହିତାଧିକାରୀଙ୍କୁ ରାକ୍ଷୀ ପୂର୍ଣ୍ଣିମା ଦିବସ ଏବଂ ଅନ୍ତର୍ଜାତୀୟ ମହିଳା ଦିବସ (୮ ମାର୍ଚ୍ଚ)ରେ ୫ହଜାର ଟଙ୍କା ଲେଖାଏଁ ବାର୍ଷିକ ମୋଟ୍ ୧୦,୦୦୦ ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା ହୋଇଛି । ତେଣୁ, ପାଞ୍ଚ ବର୍ଷରେ ଜଣେ ଯୋଗ୍ୟ ମହିଳା ହିତାଧିକାରୀ ମୋଟ୍ ୫୦ହଜାର ଟଙ୍କା ପାଇବେ । ସହାୟତା ପ୍ରଦାନରେ ସ୍ୱଚ୍ଛତାକୁ ନିଶ୍ଚିତ କରିବା ପାଇଁ ଆଧାର ପେମେଣ୍ଟ ବ୍ରିଜ୍ ସିଷ୍ଟମ (ଏପିବିଏସ୍‌) ମାଧ୍ୟମରେ ଯୋଗ୍ୟ ହିତାଧିକାରୀଙ୍କ ଆଧାର-ସକ୍ଷମ ଏକକ-ଧାରକ (ଡିବିଟି) ବ୍ୟାଙ୍କ୍ ଆକାଉଣ୍ଟକୁ ସିଧାସଳଖ ଆର୍ôଥକ ସହାୟତା ପଠାଯିବା ସଙ୍ଗେ ସଙ୍ଗେ ହିତାଧିକାରୀମାନଙ୍କୁ ଏକ ‘ସୁଭଦ୍ରା’ ଡେବିଟ୍ କାର୍ଡ଼ ମଧ୍ୟ ପ୍ରଦାନ କରାଯାଉଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking