24.1 C
Bhubaneswar
Monday, March 23, 2026
Homeଦେଶ ବିଦେଶଏନ୍‌ସି, ପିଡିପି ଓ କଂଗ୍ରେସ ଉପରେ ବର୍ଷିଲେ ମୋଦୀ

ଏନ୍‌ସି, ପିଡିପି ଓ କଂଗ୍ରେସ ଉପରେ ବର୍ଷିଲେ ମୋଦୀ

ଶ୍ରୀନଗର: ଦୀର୍ଘ ୪୨ ବର୍ଷ ପରେ ପ୍ରଥମ ଥର ପାଇଁ ଜମ୍ମୁ କାଶ୍ମୀରର ଆତଙ୍କବାଦୀ ପ୍ରବଣ ଅଞ୍ଚଳ ଭାବେ ଜଣାଶୁଣା ଡୋଡା ପ୍ରାନ୍ତରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଦେଖିବାକୁ ମିଳିଛି। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଜମ୍ମୁ-କଶ୍ମୀରର ଡୋଡାରେ କୌଣସି ରାଲି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇତିହାସ ରଚିଛନ୍ତି। ପ୍ରକାଶ, ଆସନ୍ତା ୧୮ ତାରିଖରୁ ଜମ୍ମୁ କାଶ୍ମୀରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ, ଶନିବାର ଡୋଡା ସ୍ଥିତ ସ୍ପୋଟ୍‌ର୍ସ୍ କମ୍ପେକ୍ଲସ (ଷ୍ଟାଡିୟମ)ରେ ଆୟୋଜି ଏକ ବିଶାଳ ରାଲିକୁ ସମ୍ବୋଧିତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ବିରୋଧୀ ଦଳ କଂଗ୍ରେସ, ପିଡିପି ଏବଂ ଏନ୍‌ସି ଉପରେ ତୀବ୍ର ବର୍ଷିବା ଦେଖିବାକୁ ମିଳିଛି।

ମୋଦୀ କହିଛନ୍ତି, ଜମ୍ମୁ-କାଶ୍ମୀରରେ ଅନୁଷ୍ଠିତ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ କେବଳ ଏକ ନିର୍ବାଚନ ନୁହେଁ। ବରଂ ଏହା ଏନ୍‌ସି, ପିଡିପି ଓ କଂଗ୍ରେସ ଭଳି ନ୍ୟସ୍ତବାଦୀ ୩ ପରିବାର ସହ ଏହି ମାଟିରେ ଜନ୍ମନେଇଥିବା ତଥା ନିଜ ନିଜ ଭବିଷ୍ୟତକୁ ନେଇ ସୁନେଲୀ ସ୍ୱପ୍ନ ଦେଖୁଥିବା ଲକ୍ଷାଧିକ ପୁଅ ଓ ଝିଅଙ୍କ ଲଢ଼େଇ। ଜମ୍ମୁ-କାଶ୍ମୀରକୁ ଆତଙ୍କବାଦର ଶରଣକୁ ଠେଲିଦେଇ ସ୍ଥାନୀୟ ଲୋକଙ୍କ ଜୀବନକୁ ଦୁର୍ବିସହ କରାଯିବା ଏହି ଦଳଙ୍କ ହାତ ରହିଛି। ପୀଢ଼ି ପରେ ପୀଢ଼ି ଏହି ଦଳ ଜମ୍ମୁ-କାଶ୍ମୀରର ଲୋକଙ୍କ ସହ ଯାହା କରିଛନ୍ତି, ତା’ହା କୌଣସି ଅପରାଧ ଠାରୁ କମ୍ ନୁହେଁ। ପରିବାରବାଦକୁ ପ୍ରୋତ୍ସାହିତ କରୁଥିବା ଏହି ଦଳ ଗୁଡ଼ିକ ଲୋକଙ୍କୁ ବିଭ୍ରାନ୍ତ କରି ଚାଲିଛନ୍ତି ଓ ସ୍ଥାନୀୟ ଯୁବପିଢ଼ିଙ୍କୁ ଆତଙ୍କବାଦର ପୀଡ଼ିତ ସଜାଇଥିଲେ।

ଏମାନେ ଲୋକଙ୍କ କଥା ଚିନ୍ତା କରୁନଥିଲେ। କିନ୍ତୁ ନିଜ ପିଲାଙ୍କର ରାଜନୈତିକ ପ୍ରଚାର କରୁଥିଲେ। ଏହି କାରଣରୁ ଯେତେବେଳେ ଜମ୍ମୁ କାଶ୍ମୀରର ବିକାଶ ପ୍ରକ୍ରିୟା ବିଜେପି ଆରମ୍ଭ କରିଥିଲା ସେତେବେଳେ ଏମାନେ ନିଜ ଉଦ୍ଦେଶ୍ୟ ବିଫଳ ହୋଇଯିବା ଭୟରେ ଏସବୁକୁ ବିରୋଧ କରିଥିଲେ। ତେବେ ଏବେ ସମୟ ଆସିଯାଇଛି, ଏମାନଙ୍କୁ ଏଠାରୁ ବିତାଡିତ କରିବାକୁ ହେବ। ଏବେ ଅନୁଷ୍ଠିତ ହେବାକୁ ଯାଉଥିବା ଜମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ ଫଳାଫଳ ପ୍ରାନ୍ତୀୟ ନାଗରିକଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିବ। ଏହି ଅବସରରେ ମୋଦୀ, ସୁରକ୍ଷିତ, ଶାନ୍ତିପୂର୍ଣ୍ଣ ଓ ସୌହାର୍ଦ୍ଦ୍ୟର ଜମ୍ମୁ-କାଶ୍ମୀର ଗଠନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

ସେହିପରି ନିକଟରେ ପୂର୍ବତନ କଂଗ୍ରେସ ନେତା ତଥା ପୂର୍ବତନ ସ୍ୱରାଷ୍ଟ୍ର ମନ୍ତ୍ରୀ ସୁଶୀଲ କୁମାର ଶିନ୍ଦେ ଦେଇଥିବା ଏକ ବୟାନ ( ସ୍ୱରାଷ୍ଟ୍ର ଭାବେ ଶ୍ରୀନଗରର ଲାଲଚୌକ୍ ଆସିବାକୁ ମଧ୍ୟ ଭୟ ଲାଗୁଥିଲା)କୁ ଏକ ପ୍ରସଙ୍ଗ କରି ମୋଦୀ କହିଛନ୍ତି ଯେ, ପୂର୍ବର ଜମ୍ମୁ କାଶ୍ମୀର ଏବଂ ଏବେର ଜମ୍ମୁ କାଶ୍ମୀରରେ ଆକାଶ ପାତାଳ ଫରକ୍ ଆସିଛି। ଗତ ୧୦ ବର୍ଷ ଭିତରେ ଜମ୍ମୁ-କାଶ୍ମୀର ପାଇଁ ନିଆଯାଇଥିବା ପଦକ୍ଷେପ ଯୋଗୁ ଆତଙ୍କବାଦ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପୂର୍ବରୁ ସୁରକ୍ଷାକର୍ମୀଙ୍କ ଉପରେ ପଥର ମାଡ଼ କରାଯାଉଥିବା ବେଳେ ଏବେ ଏକ ନୂଆ ଜମ୍ମୁ-କାଶ୍ମୀର ଗଠନର ସ୍ୱପ୍ନ ସାକାର ହେବାକୁ ଯାଉଛି। ତାଙ୍କ ସରକାର ଜମ୍ମୁ କାଶ୍ମୀରରେ ଆଣିଥିବା ପରିବର୍ତ୍ତନ, ଜମ୍ମୁ କାଶ୍ମୀରର ଯୁବପିଢ଼ିଙ୍କ ପାଇଁ ପ୍ରଣୟନ କରାଯାଇଥିବା ଯୋଜନା ସମ୍ପର୍କରେ ମଧ୍ୟ ସୂଚନା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking