27.1 C
Bhubaneswar
Monday, March 30, 2026
Homeଦେଶ ବିଦେଶକାନାଡାର କପିଲ ଶର୍ମାଙ୍କ କାଫେକୁ ଗୁଳିମାଡ଼

କାନାଡାର କପିଲ ଶର୍ମାଙ୍କ କାଫେକୁ ଗୁଳିମାଡ଼

ନୂଆଦିଲ୍ଲୀ: ବୁଧବାର ରାତିରେ ବ୍ରିଟିଶ କଲମ୍ବିଆର ସରେରେ ପ୍ରସିଦ୍ଧ ହାସ୍ୟ ଅଭିନେତା କପିଲ ଶର୍ମାଙ୍କ କାନାଡା ସ୍ଥିତ କାପ୍ସ କାଫେ ଉପରେ ଗୁଳିଚାଳନା କରାଯାଇଛି। କପିଲ ଏହି କାଫେକୁ ନିକଟରେ ଖୋଲିଛନ୍ତି। ରିପୋର୍ଟ ଅନୁଯାୟୀ, କାଫେରେ ଅନେକ ରାଉଣ୍ଡ ଗୁଳିଚାଳନା କରାଯାଇଥିଲା। ତଥାପି, ଏଥିରେ କେହି ଆହତ ହୋଇଥିବାର କୌଣସି ଖବର ନାହିଁ। ବର୍ତ୍ତମାନ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି।

ଏହି ଆକ୍ରମଣର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ଜଣେ ବ୍ୟକ୍ତି ରାତିର ଅନ୍ଧାରରେ କାଫେରେ ଗୁଳି ଚାଳନା କରୁଛନ୍ତି। ଏହି ବ୍ୟକ୍ତି ଜଣକ ଏକ କାରରେ ବସି ଆଖିବୁଜା ଗୁଳି ଚାଳନା କରୁଥିବା ଦେଖାଯାଉଛି। ଏବେ ଏହି ମାମଲାରେ ମୋଷ୍ଟ ୱାଣ୍ଟେଡ୍ ଖଲିସ୍ତାନୀ ଆତଙ୍କବାଦୀର ନାମ ସାମ୍ନାକୁ ଆସିଛି। ଏହି ଆକ୍ରମଣର ଦାୟିତ୍ୱ ନେଇଛନ୍ତି ଖଲିସ୍ତାନୀ ଆତଙ୍କବାଦୀ ହରଜିତ ସିଂହ ଲାଡ୍ଡି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking