ଭୁବନେଶ୍ୱର: ମୋନ୍ଥା ମୁକାବିଲା ନେଇ ଚିଫ ଫାୟାର ଅଫିସର ସୂଚନା ଦେଇଛନ୍ତି । କହିଛନ୍ତି, ବ୍ରହ୍ମପୁର ଆରଡିସି ସର୍କଲରେ ୧୨୩ ଅଗ୍ନିଶମ ଟିମ ନିୟୋଜିତ ଅଛନ୍ତି । କଟକ ଆରଡିସି ସର୍କଲରେ ୧୪୪ ଅଗ୍ନିଶମ ଟିମ ନିୟୋଜିତ ଅଛନ୍ତି । ଉଚ୍ଚ କୋଟିର ଉପକରଣ ଦିଆଯାଇଛି । ବାତ୍ୟାରେ ବ୍ୟବହୃତ ସମସ୍ତ ଆବଶ୍ୟକୀୟ ଯନ୍ତ୍ର ରଖାଯାଇଛି । ଭୂସ୍ଖଳନ ନେଇ ପୋଲିସ ଓ ପ୍ରଶାସନ ସହ ଯୋଗସୂତ୍ର ରଖାଯାଇଛି । ‘ମୋନ୍ଥା’ର ପ୍ରଭାବରେ ଗଞ୍ଜାମ, ଗଜପତି ଜିଲ୍ଲାରେ ବର୍ଷା ଆରମ୍ଭ ହେଲାଣି । ଗୋପାଳପୁରରେ ପବନ ସହ ବର୍ଷା ଆରମ୍ଭ ହେଲାଣି । ପାରଳାଖେମୁଣ୍ଡିରେ ଆକାଶ ମେଘାଚ୍ଛନ୍ନ ସହ ଝିପିଝିପି ବର୍ଷା ହେଉଛି । ଦକ୍ଷିଣ ଓଡିଶାକୁ ରେଡ ଆଲର୍ଟ ଜାରି କରାଯାଇଛି । ଏନେଇ ଏନଡିଆରଏଫ, ଏସଡିଆରଏଫ ଟିମ ସଜାଗ ଅଛନ୍ତି ।










