ବୌଦ୍ଧ: ବୌଦ୍ଧରୁ ଆସିଛି ଏକ ବଡ ଅଘଟଣର ଖବର । ପୁରୁଣାକଟକ ଅଞ୍ଚଳରେ ଭୟଙ୍କର ବାଣ ବିସ୍ଫୋରଣ ଘଟିଛି । ଜିଆଁକଟା – ଛତ୍ରପୁର ଗାଁରେ ଭୁଶୁଡିଲା କୋଠାଘର । ଘଟଣାଟି ୧୦:୩୦ ସମୟରେ ଘଟିଥିବା ନେଇ ମିଳିଛି ସୂଚନା । ଏହି ବଡ ଅଘଟଣ ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ରୁ ଅଧିକ ଗୁରୁତର ହୋଇଥିବା ନେଇ ମିଳିଛି ସୂଚନା । ଭୟଙ୍କର ବିସ୍ଫୋରଣରେ ଭାଙ୍ଗିଲା ଅନେକ ଘର । ଛାତ ତଳେ ଅନେକ ଲୋକ ଚାପି ହୋଇ ରହିଯାଇଥିବାର ସନ୍ଦେହ କରାଯାଉଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।










