କଟକ: କଟକରେ ବେଆଇନ ବାଣ ଗୋଦାମରେ ବିସ୍ଫୋରଣ । ଏହି ବିସ୍ଫୋରଣରେ ଜଣେ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ସଦର ଥାନା ଖଲର୍ଦ୍ଦା ଗାଁରେ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟିଥବା ଜଣାପଡିଛି । ମୃତକଙ୍କ ପରିଚୟ ମିଳିପାରିନଥିବା ବେଳେ ସେ ସ୍ଥାନୀୟ ଖଲର୍ଦ୍ଦା ଗାଁର ବାସିନ୍ଦା ବୋଲି ଚିହ୍ନଟ କରାଯାଇଛି । ସୂଚନା ଅନୁସାରେ, ବ୍ୟକ୍ତି ଜଣକ ଗାଁରରେ ଥିବା ଏକ ବାଣ ଗୋଦାମରେ ବାଣ ଭିଡୁଥିଲେ । ସେହି ସମୟରେ କୌଣସି ଏକ କାରଣବଶତଃ ଗୋଦାମରେ ବିସ୍ଫୋରଣ ଘଟିଥିଲା । ଏହି ବିସ୍ଫୋରଣ ଫଳରେ ଘରର ଆଜବେଷ୍ଟସ ଉଡିଯାଇଛି । ବିସ୍ଫୋରଣ ଫଳରେ ବାଣ ଭିଡୁଥିବା ବ୍ୟକ୍ତି ଜଣକ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଛନ୍ତି । ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଛି ସେନେଇ ତଦନ୍ତ କରୁଛି ପୋଲିସ ।










