27.1 C
Bhubaneswar
Monday, March 30, 2026
Homeଦେଶ ବିଦେଶବସ୍‌ରେ ଅଗ୍ନିକାଣ୍ଡ: ୨ ମୃତ

ବସ୍‌ରେ ଅଗ୍ନିକାଣ୍ଡ: ୨ ମୃତ

ରାଜସ୍ଥାନ: ରାଜସ୍ଥାନର ଜୟପୁରରେ ଏକ ବଡ ଦୁର୍ଘଟଣା ଘଟିଛି। ଶ୍ରମିକମାନଙଅକୁ ନେଇ ଯାଉଥିବା ଏକ ବସ୍ ୧୧,୦୦୦ ଭୋଲ୍ଟର ତାର ସଂସ୍ପର୍ଶରେ ଆସି ନିଆଁ ଲାଗିଯାଇଛି। ଏହି ଦୁର୍ଘଟଣାରେ ୧୦ରୁ ଅଧିକ ଶ୍ରମିକ ଜଳିଯାଇଥିବା ବେଳେ ଦୁଇ ଜଣ ମୃତ୍ୟୁବରଣ କରିଛନ୍ତି। ଏହି ଘଟଣାଟି ଜୟପୁର ଗ୍ରାମାଞ୍ଚଳର ମନୋହରପୁର ଅଞ୍ଚଳରେ ଘଟିଛି। ନିଆଁ ଲାଗିବା ପରେ ଖବର ପାଇ ଘଟଣାସ୍ଥଳରେ ଅଗ୍‌ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ସମସ୍ତ ଶ୍ରମ୍କଙ୍କୁ ଉଦ୍ଧାର କରିଥିଲେ। ଆହତ ଶ୍ରମିକମାନଙ୍କୁ ଗୁରୁତର ଆବସ୍ଥାରେ ଶାହପୁର ଉପ-ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେଥିମଧ୍ୟରୁ ୫ ଜଣ ଶ୍ରମିକଙ୍କୁ ଜୟପୁରକୁ ରେଫର କରାଯାଇଛି। ବସ୍‌ଟି ଟୋଡିର ଏକ ଇଟା ଭାଟିକୁ ଶ୍ରମିକମାନଙ୍କୁ ନେଇ ଯାଉଥିଲା। ସୂଚନା ପାଇ ମନୋହରପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking