21.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶତୁର୍କୀର ପରଫ୍ୟୁମ୍ ଦୋକାନରେ ଅଗ୍ନିକାଣ୍ଡ: ୬ ମୃତ

ତୁର୍କୀର ପରଫ୍ୟୁମ୍ ଦୋକାନରେ ଅଗ୍ନିକାଣ୍ଡ: ୬ ମୃତ

ଇସ୍ତାନବୁଲ: ଶନିବାର ସକାଳେ ଉତ୍ତର – ପଶ୍ଚିମ ତୁର୍କୀର ଏକ ପରଫ୍ୟୁମ୍ ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। ଅଗ୍ନିଶମ ବାହିନୀର ଅଧିକାରୀମାନେ ନିଆଁ ଲିଭାଇବା ପାଇଁ ଘଟଣାସ୍ଥଳକୁ ପହଞ୍ଚିଛନ୍ତି। ଅନ୍ୟମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ସୂଚନାରୁ ପ୍ରକାଶ, ସ୍ଥାନୀୟ ସମୟ ପ୍ରାୟ ସକାଳ ୯ଟାରେ ଉତ୍ତର – ପଶ୍ଚିମ ତୁର୍କୀର ଏକ ପରଫ୍ୟୁମ୍ ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଘଟଣା ପରେ ଖବର ପାଇ ଜରୁରୀକାଳୀନ ଦଳ ଏବଂ ଅଗ୍ନିଶମ କର୍ମଚାରୀମାନଙ୍କୁ ତୁରନ୍ତ ଘଟଣାସ୍ଥଳକୁ ପଠାଯାଇଥିଲା ଏବଂ ଗୋଟିଏ ଘଣ୍ଟା ମଧ୍ୟରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା। ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିକାଣ୍ଡର କାରଣ ଚିହ୍ନଟ କରିବା ସହ ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking